Business

ଜୁନ୍‌ରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଆଧାରିତ ୟୁପିଆଇ କାରବାର ୬୦୦ ନିୟୁତ ଟପିଲା

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ୟୁପିଆଇ ଅନ୍‌-ଡିଭାଇସ୍ ବାୟୋମେଟ୍ରିକ ପ୍ରମାଣୀକରଣ ଭିତିକ ପେମେଂଟ୍ ୬୧୧ ନିୟୁତ ଅତିକ୍ରମ କରିଛି ଯାହାର ମୂଲ୍ୟ ହେଉଛି ୨୫,୪୧୬ କୋଟି ଟଙ୍କା। ସାରା ଦେଶରେ ଦୈନନ୍ଦିନ ଆବଶ୍ୟକତା ପାଇଁ ଏହାର ବ୍ୟବହାର କରାଯାଉଥିବା ଏଥିରୁ ପ୍ରତୀତ ହେଉଛି। ଏହି ବ୍ୟବସ୍ଥାରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନ୍‌ର ଫିଙ୍ଗରପ୍ରିଂଟ୍ କିମ୍ବା ଫେସିଆଲ ରେକଗ୍ନିସନ୍ ସୁବିଧା ବ୍ୟବହାର କରି ୟୁପିଆଇ ପେମେଂଟ୍ କରୁଛନ୍ତି।
ୟୁପିଆଇ ବ୍ୟବହାରକାରୀମାନେ ନିଜର ଦୈନନ୍ଦିତ ପେମେଂଟ୍ ପାଇଁ ବାୟୋମେଟ୍ରିକ୍ ଆଧାରିତ ପ୍ରମାଣୀକରଣକୁ ବ୍ୟବହାର କରୁଛନ୍ତି ଯାହା ଏକ ଦ୍ରୁତ, ସରଳ ଓ ଅଧିକ ସୁବିଧାଜନକ ଡିଜିଟାଲ ପେମେଂଟ୍ ଅନୁଭୂତି ପ୍ରଦାନ କରୁଛି। ଏଥିରେ ବ୍ୟକ୍ତିରୁ ବ୍ୟକ୍ତିଙ୍କୁ ଏବଂ ବ୍ୟକ୍ତିରୁ ମର୍ଚାଂଟଙ୍କୁ ପେମେଂଟ୍ କରଯାଇପାରୁଛି, ଯାହା ଫଳରେ ବ୍ୟବହାରକାରୀମାନେ ଶୀଘ୍ର ଓ ଅବିରତ ପେମେଂଟ୍ କରିପାରୁଛନ୍ତି।
ୟୁପିଆଇ କାରବାରରେ ରୁପେ କ୍ରେଡିଟ୍ କାର୍ଡ ପାଇଁ ବାୟୋମେଟ୍ରିକ୍ ପ୍ରମାଣୀକରଣ ଉପଲବ୍ଧ ରହିଛି ଯେଉଁଥିରେ ପିନ୍ ଦାଖଲ ନ କରି ୟୁପିଆଇ ଜରିଆରେ କ୍ରେଡିଟ୍ ପେମେଂଟ୍ ହୋଇପାରୁଛି। ତେଣୁ ସଂଚୟ ଖାତା ପେମେଂଟ୍ ଭଳି ଶୀଘ୍ର ଓ ସୁବିଧାରେ ଋଣ କାରବାର ହୋଇପାରୁଛି।
ଏନ୍‌ପିସିଆଇର ନିର୍ଦ୍ଦେଶକ-ଗ୍ରୋଥ୍ ସୋହିନି ରାଜୋଲା କହିଛନ୍ତି ଯେ, “ବାୟୋମେଟ୍ରିକ୍ ପ୍ରମାଣିକରଣର ଗ୍ରହଣୀୟତାରେ ବୃଦ୍ଧିରୁ ଏହା ପ୍ରତିଫଳିତ ହେଉଛି ଯେ ୟୁପିଆଇ ବ୍ୟବହାରକାରୀମାନେ ସରଳ ଓ ପ୍ରଭାବଶାଳୀ ପେମେଂଟ୍ ଅନୁଭୂତିକୁ ଅଧିକ ପସନ୍ଦ କରୁଛନ୍ତି। ଜୁନ ମାସରେ ୬୦୦ ନିୟୁତରୁ ଅଧିକ କାରବାର ସହିତ ଏହି ସମାଧାନର ଗ୍ରହଣୀୟତା ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ ସମେତ ବିଭିନ୍ନ ବ୍ୟବହାରରେ ଦୃଢ଼ ଭାବେ ଗ୍ରହଣୀୟ ହୋଇଛି। ବିଭିନ୍ନ ବ୍ୟାଙ୍କ ଓ ୟୁପିଆଇ ଆପ୍ ସେମାନଙ୍କ ଗ୍ରାହକମାନଙ୍କୁ ବାୟୋମେଟ୍ରିକ୍ ପ୍ରମାଣୀକରଣ ସୁବିଧା ପ୍ରଦାନ କରୁଛି ଏବଂ ଅଧିକରୁ ଅଧିକ ବ୍ୟବହାରକାରୀ ଏହି ସୁରକ୍ଷିତ ଓ ସୁବିଧାଜନକ ଉପାୟକୁ ପେମେଂଟ୍ ପାଇଁ ବ୍ୟବହାର କରୁଥିବାରୁ ଏହାର ଗ୍ରହଣୀୟତା ଆହୁରି ବଢ଼ିବ ବୋଲି ଆମେ ଆଶା କରୁଛୁ।”
ଡିଭାଇସ୍‌ରେ ଥିବା ଫ୍ରିଙ୍ଗରପ୍ରିଂଟ୍ କିମ୍ବା ଫେସିଆଲ ରେକଗ୍ନିସନ ଜରିଆର ବାୟୋମେଟ୍ରିକ୍ ପ୍ରମାଣୀକରଣ ଦ୍ୱାରା ୟୁପିଆଇ ପିନ୍ ଉପରେ ନିର୍ଭରଶୀଳତା କମ୍ ହୋଇଛି ଏବଂ ଶୀଘ୍ର କାରବାର ସମ୍ପନ୍ନ ହେବା ସହ ସଫଳତା ହାରର ଉନ୍ନତି ହୋଇଛି। ଅଧିକ ବ୍ୟାଙ୍କ ଓ ୟୁପିଆଇ ଆପ୍ ଏହାକୁ ବ୍ୟବହାର କରୁଥିବାରୁ ଆଗାମୀ ଦିରେ ଭାରତୀୟଙ୍କ ଦୈନନ୍ଦିନ ପେମେଂଟ୍‌ରେ ବାୟୋମେଟ୍ରିକ୍ ପ୍ରମାଣୀକରଣର ଭୂମିକା ବଢ଼ିବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

6 − 4 =