ଏଲ୍ପିଏଲ୍ ଉଦଘାଟନୀ ସମାରୋହରେ ୫୦୦ ଡ୍ରୋନ୍ର ସୋ’ ପ୍ରଦର୍ଶିତ ହେବ
କଲମ୍ବୋ/ ଭୁବନେଶ୍ୱର: ଆଇପିଜି ଗ୍ରୁପ୍ ପକ୍ଷରୁ ଦି ଲଙ୍କା ପ୍ରିମିୟର ଲିଗ୍ (ଏଲ୍ପିଏଲ୍) ୨୦୨୬ର କଲମ୍ବୋ ସ୍ଥିତ ଏସ୍ଏସ୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ସମାରୋହରେ ୫୦୦ ଡ୍ରୋନ୍କୁ ନେଇ ଏକ ଆକର୍ଷଣୀୟ ସୋ ଆୟୋଜନ କରିବା ଯୋଜନା ରହିଛି। ଏଲ୍ପିଏଲ୍ ୨୦୨୬ର ଟିକଟ୍ ବୁକ୍-ମାଇଁ-ସୋ ମାଧ୍ୟମରେ ଜୁଲାଇ ୧ରୁ ଉପଲବ୍ଧ ହେବ। କ୍ରିକେଟ ପ୍ରଶଂସକମାନଙ୍କୁ ଶୀଘ୍ର ଟିକଟ ହାସଲ କରିବା ଓ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଉଛି।
ଏହି ଉଦଘାଟନୀ ସମାରୋହ ସହିତ ଶ୍ରୀଲଙ୍କାର ସବୁଠୁ ପସନ୍ଦ କରାଯାଉଥିବା କ୍ରିକେଟ୍ କାର୍ଯ୍ୟକ୍ରମ ଦି’ ଲଙ୍କା ପ୍ରିିମିୟର ଲିଗ୍ର ଷଷ୍ଠ ସଂସ୍କରଣର ଶୁଭାରମ୍ଭ ହେବ ଯେଉଁଥିରେ କ୍ରିକେଟ ପ୍ରଶଂସକ, ପରିବାର, ଫ୍ରାଂଚାଇଜି ସହାୟକ, ମନୋରଂଜନକାରୀ ଦର୍ଶକ ଓ ଡିଜିଟାଲ ଦର୍ଶକମାନେ ଭାଗ ନେବେ।
ଉଦଘାଟନୀ ସମାରୋହରେ ୫୦୦ ଡ୍ରୋନ୍କୁ ନେଇ ଆକାଶକୁ ଆଲୋକିତ କରାଯିବ ଏବଂ ଶ୍ରୀଲଙ୍କା କ୍ରିକେଟକୁ ପାଳନ କରିବା ପାଇଁ ବିଭିନ୍ନ ସୋ’ ପ୍ରଦର୍ଶିତ ହେବ। ଟି-୨୦ କ୍ରିକେଟ୍ର ଶକ୍ତି ଓ ଏକ ଆଂଚଳିକ କ୍ରୀଡ଼ା ଓ ମନୋରଂଜନ ସଂପତି ଭାବେ ଏଲ୍ପିଏଲ୍ର ବଢ଼ୁଥିବା ପ୍ରଭାବକୁ ଏଥିରେ ପାଳନ କରାଯିବ।
ଉଚ୍ଚ ମାନର କ୍ରିକେଟ୍ ସହିତ ଷ୍ଟାଡିୟମ୍ରେ ମନୋରଂଜନ, ପ୍ରସାରଣ ଓ କାର୍ଯ୍ୟକ୍ରମ ଆୟୋଜନ ମାନ ଆଦି ଜରିଆରେ ପ୍ରଶଂସକମାନଙ୍କୁ ସାମଗ୍ରିକ ଅନୁଭୂତି ପ୍ରଦାନ କରିବା ପାଇଁ ଆଇପିଜି ଗ୍ରୁପ୍ର ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି।
ଏଲ୍ପିଏଲ୍ ଉଦ୍ଘାଟନୀ ସମାରୋହ ପାଇଁ ରହିଥିବା ଯୋଜନା ସମ୍ପର୍କରେ ଆଲୋଚନା କରି ଆଇପିଜିର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନିଲ ମୋହନ କହିଛନ୍ତି ଯେ, “ଲଙ୍କା ପ୍ରିମିୟମ ଲିଗ୍ କେବଳ କ୍ରିକେଟ୍ର ବିଷୟ ନୁହେଁ। ଏହା ହେଉଛି ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ବିଷୟ। ଚଳିତ ବର୍ଷ ଆମେ ଏଲ୍ପିଏଲ୍ ୨୦୨୬କୁ ଏକ ଚିତାକର୍ଷକ ଢଙ୍ଗରେ ଆରମ୍ଭ କରିବାକୁ ଚାହୁଛୁ ଯାହା ଏହି ଟୁର୍ଣ୍ଣାମେଂଟ୍ର ଶକ୍ତି, ଅଭିଳାଷ ଓ ଅଭିବୃଦ୍ଧିକୁ ପ୍ରତିଫଳିତ କରିବ। ୫୦୦ ଡ୍ରୋନ୍ ସୋ’ ଶ୍ରୀଲଙ୍କାକୁ ବିଶ୍ୱସ୍ତରୀୟ କ୍ରିଡ଼ା କାର୍ଯ୍ୟକ୍ରମର ଅନୁଭବ ଆଣିବେ ଏବଂ ପ୍ରଶଂସକମାନଙ୍କୁ ଏହି ଉଦଘାଟନୀ ରାତ୍ରୀର ଏକ ଅଂଶ ହେବାର ଶକ୍ତିଶାଳୀ କାରଣ ପ୍ରଦାନ କରିବ।”
ଉଭୟ ପାରମ୍ପରିକ କ୍ରିକେଟ୍ ଦର୍ଶକ ଓ ବ୍ୟାପକ ମନୋରଂଜନକୁ ପସନ୍ଦ କରୁଥିବା ଜନ ସାଧାରଣଙ୍କ ପାଇଁ ଉଦଘାଟନୀ ସମାରୋହକୁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।
ଶ୍ରୀ ମୋହନ କହିଛନ୍ତି ଯେ, “ଏଲ୍ପିଏଲ୍ର ଉଦ୍ଘାଟନୀ ସମାରୋହକୁ ଏକ ନିଶ୍ଚିତ ମନୋରଂଜନ ଧର୍ମି କାର୍ଯ୍ୟକ୍ରମରେ ପରିଣତ କରିବା ହେଉଛି ଆମର ଲକ୍ଷ୍ୟ। ଆମେ ଚାହୁଛୁ ପରିବାର, ଯୁବ ପ୍ରଶଂସକ ଓ କ୍ରିକେଟ ପ୍ରେମୀମାନେ ଷ୍ଟାଡିୟମକୁ ଆସନ୍ତୁ, ପରିବେଶକୁ ଉପଭୋଗ କରନ୍ତୁ ଓ ଏକ ନୂଆ ଓ ଆକର୍ଷଣୀୟ ଢଙ୍ଗରେ ଶ୍ରୀଲଙ୍କା କ୍ରିକେଟ୍କୁ ପାଳନ କରୁଥିବା ଏକ ରାତ୍ରୀର ଅଂଶ ହୁଅନ୍ତୁ।”
ଲଙ୍କା ପ୍ରିମିୟର ଲିଗ୍ର ନିର୍ଦ୍ଦେଶକ ସମନ୍ତା ଡୋନାନୱେଲା କହିଛନ୍ତି ଯେ, “ଏସ୍ଏସ୍ସି କଲମ୍ବୋରେ ପ୍ରଥମ ଏଲ୍ପିଏଲ୍ ମ୍ୟାଚ୍ ଟୁ୍ର୍ଣ୍ଣାମେଂଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ ଏବଂ ୫୦୦ ଡ୍ରୋନକୁ ନେଇ ଆୟୋଜିତ ହେବାକୁ ଥିବା ସୋ ଯୋଜନା ଏହି ଉଦଘାଟନୀ ରାତ୍ରୀକୁ ପ୍ରଶଂସକମାନଙ୍କ ପାଇଁ ଆହୁରି ସ୍ମରଣୀୟ କରିବ। ଉଭୟ କ୍ରିକେଟ ଓ ମନୋରଂଜନ ପ୍ଲାଟଫର୍ମ ଭାବେ ଏଲ୍ପିଏଲ୍ର ବିକାଶ ଜାରି ରହିବ ଏବଂ ଏଭଳି ଅନୁଭୂତି ଅଧିକ ଲୋକଙ୍କୁ ଖେଳର ନିକଟତର କରିବ। ଏହି ଉଦଘାଟନୀ ସମାରୋହର ଅଂଶ ହେବା ଓ ସମର୍ଥନ ଜଣାଇବା ପାଇଁ ଆମେ କ୍ରିକେଟ ପ୍ରେମୀ, ପରିବାର ଓ ଯୁବ ପ୍ରଶଂସକଙ୍କୁ ଉତ୍ସାହିତ କରୁଛୁ ଯାହା ଏଲ୍ପିଏଲ୍ ୨୦୨୬ର ପାଇଁ ଆକର୍ଷଣୀୟ ଶୁଭାରମ୍ଭ ହେବ।”

