ଖୋଲିଲା ମାଛକୁଣ୍ଡ ଡ୍ୟାମର ଗେଟ
ଲଗାଣ ବର୍ଷାରେ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ । ଲଗାଣ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡ଼ି. ଡ୍ୟାମ ବିପଦ ସଂକେତକୁ ଛୁଇଁବା ପରେ ଗୋଟିଏ ଗେଟ ଖୋଲାଯାଇଛି । ୭ ନମ୍ବର ଗେଟରେ ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଜଲଭଣ୍ଡାର କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ୨୫୮୭ ଜଳସ୍ଥର ଛୁଇଁବା ପରେ ଗୋଟିଏ ଖୋଲଲା । ଲଗାତର ତିନି ଦିନ ଧରି କୋରାପୁଟ ଜିଲ୍ଲାର ବର୍ଷା ଲାଗି ରହି ଥିବା ବେଳେ ଲମତାପୁଟ ବ୍ଲକରେ ଲଗାତାର ତିନି ଦିନ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଆଗକୁ ବର୍ଷା ପରିମାଣ ବଢିଲେ ଡ୍ୟାମର ଅନ୍ୟ ଗେଟ ଖୋଲିବ ନେଇ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଘନଉଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳ ଜଳମଗ୍ନ ରହିଛି । ଆଜି ପ୍ରବଳ ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

