Business

ସୋନି ପକ୍ଷରୁ ଆରଜିବି ବ୍ୟାକ୍‌ଲାଇଟ୍ ମାଷ୍ଟର ଡ୍ରାଇଭ୍ ପ୍ରୋ ସହ ବ୍ରାଭିଆ ୯-୨ ଓ ବ୍ରାଭିଆ ୭-୨ର ଶୁଭାରମ୍ଭ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ସୋନିର ପ୍ରକୃତ ଆର୍‌ଜିବି ଟିଭି ବ୍ରାଭିଆ ୯-୨କୁ ଉନ୍ମୋଚନ କରାଯାଇଛି। ନିକଟରେ ଉନ୍ମୋଚନ କରାଯାଇଥିବା ବ୍ରାଭିଆ ୭-୨ ସଫଳତା ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ଭାରତୀୟ ଗ୍ରହକଙ୍କୁ ବାସ୍ତବ ଆରଜିବି ଡିସ୍‌ପ୍ଲେ ପ୍ରଯୁକ୍ତି ପ୍ରଦାନ କରିଥିଲା। ବ୍ରାଭିଆ ୯-୨ରେ ରହିଛି ସୋନିର ଅତ୍ୟାଧୁନିକ ଛବି ଓ ସାଉଣ୍ଡ ନବସୃଜନ ଯାହା ଘରେ ଅତୁଳନୀୟ ସିନେମା ଦେଖିବା ଅନୁଭୂତି ପ୍ରଦାନ କରିବ।
ପ୍ରିମିୟମ ବୃହତ୍ତ ବଡ଼ ଟିଭି ମନୋରଂଜନ ପାଇଁ ବ୍ରାଭିଆ ୯-୨ ମଡେଲ୍‌କୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏଲ୍‌ଇଡି କଂଟ୍ରୋଲର ମଧ୍ୟ ରହିଛି। ଏହାର ଆର୍‌ଜିବି ଟ୍ରିଲୁମିନସ ମ୍ୟାକ୍ସ, ଲୁମିନାନ୍ସ ବୁଷ୍ଟର ପ୍ରୋ ଓ ସ୍ମୁଥ କଲର ଗ୍ରେଡେସନ୍ ମିଳିତ ଭାବେ ପ୍ୟାନେଲ୍‌ରେ ପହଂଚିବା ପୂର୍ବରୁ ଛବିର ରଙ୍ଗରେ ସୁଧାର ଆଣିଥାନ୍ତି। ଆଲୋକିତ କୋଠରିରେ ମଧ୍ୟ ଛବିଗୁଡ଼ିକ ଯେଭଳି ଭଲ ଭାବେ ଦେଖାଯିବ ସେହି ଅନୁସାରେ ଟିଭିରେ ରଙ୍ଗକୁ ତାହା ନିୟନ୍ତ୍ରଣ କରିଥାନ୍ତି।
ବ୍ରାଭିଆ ୯-୨ ମଡେଲ୍‌ରେ ଇମର୍ସିଭ୍ ବ୍ଲାକ୍ ସ୍କ୍ରିନ୍ ପ୍ରୋ, ଆକୋଷ୍ଟିକ୍ ମଲ୍‌ଟି-ଅଡିଓ ସହିତ ସାଉଣ୍ଡ୍ ପୋଜିସନିଂ ଟ୍ୱିଟର୍ ଓ ଅପ୍‌-ଫାୟାରିଂ ବିମ୍ ଟ୍ୱିଟର୍ ରହିଛି। ଟ୍ରୁ ଆର୍‌ଜିବି ଟେଲିଭିଜନରେ ଡଲ୍‌ବି ଭିଜନ, ଡଲ୍‌ବି ଆଟମ୍ ଡିଟିଏସ୍‌: ଏକ୍ସ ଓ ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ସୁବିଧା ମଧ୍ୟ ରହିଛି। ଏହାର ଏକ୍ସଆର୍ କଂଟ୍ରାଷ୍ଟ ବୁଷ୍ଟର ଉନ୍ନତ ବ୍ରାଇଟ୍‌ନେସ୍ ହାସଲ କରିପାରୁଛି। ଏହାର ଏକ୍ସ-ୱାଇଡ୍ ଆଙ୍ଗେଲ ପ୍ରୋ ଜରିଆରେ ଚଉଡ଼ା ଦୃଶ୍ୟଗୁଡ଼ିକୁ ଭଲ ଭାବେ ଦେଖିହେବ। ଏହାର ବେଜେଲ ଓ ମିରେଜ୍ ଷ୍ଟାଣ୍ଡ ଏକ ତାର ମୁକ୍ତ ତଥା ଭାସମାନ ଲୁକ୍ ପ୍ରଦାନ କରିବ।
ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓ ଓ ସୋନି ପିକ୍‌ଚର୍ସ କୋର୍ ପାଇଁ ଏଥିରେ ରହିଛି ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍‌। ଏହି ଟିଭି ଜରିଆରେ ଦର୍ଶକମାନେ ୪କେ ୟୁଏଚ୍‌ଡି ବ୍ଲୁ-ରେ ମାନର ଦୃଶ୍ୟ ଦେଖିପାରିବେ ଏବଂ ୨୪ ମାସ ପାଇଁ ବୈଧ ଥିବା ୧୦ଟି ମୁଭି କ୍ରେଡିଟ୍ ପାଇପାରିବେ। ଆଧୁନିକ ଘରର ସାଜସଜ୍ଜାକୁ ନଜରରେ ରଖି ଏହାର ଡିଜାଇନ କରାଯାଇଛି। ଏଥିରେ ରହିଛି ପ୍ରିମିୟମ ରିମୋଟ୍‌, ୟୁଏସ୍‌ବି ଟାଇପ୍‌-ସି ଚାର୍ଜିଂ, ବ୍ୟାକ୍‌ଲିଟ୍ ବଟନ୍ ଓ ଫାଇଣ୍ଡ୍ ମାଇଁ ରିମୋଟ୍ ସୁବିଧା।
ସୋନିର ଟ୍ରୁ ଆର୍‌ଜିବି ଟେଲିଭିଜନ ପୋର୍ଟଫୋଲଓରେ ୫୫ ଇଂଚ (୧୪୦ ସେମି) ଓ ୮୫ ଇଂଚ (୨୧୫ ସେମି) ମଡେ୍‌ଲ ରହିଛି। ସୋନିର ଟ୍ରୁ ଆରଜିବି ଟିଭିଗୁଡ଼ିକ ସୋନି ଡଟ୍ କୋ ଡଟ୍ ଇନ୍‌, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍‌, ସପ୍‌ଆଟ୍‌ସୋନି ଡଟ୍ କମ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସୋରୁମ ଓ ଇ-କମର୍ସ ସାଇଟ୍‌ଗୁଡ଼ିକରେ ଉପଲବ୍ଧ। ଏହି ଟିଭିଗୁଡ଼ିକ ଜୁନ ୨୯ଠାରୁ ଉପଲବ୍ଧ ହୋଇଛି। ବ୍ରାଭିଆ ୯-୨ ମଡେଲ୍‌ଗୁଡ଼ିକର ଦାମ୍ ୮,୩୯,୯୦୦ ଟଙ୍କାରୁ ଓ ବ୍ରାଭିଆ ୭-୨ ମଡେଲ୍‌ଗୁଡ଼ିକର ଦାମ୍ ୩,୫୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି।

Share

Leave a Reply

Your email address will not be published. Required fields are marked *

15 − six =