ବିଜିୟୁ କ୍ୟାମ୍ପସରେ ଅନୁଷ୍ଠିତ ହେବ ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ ଓ କନକ୍ଲେଭ୍
ଭୁବନେଶ୍ୱର ସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) ପରିସରରେ ଆସନ୍ତା ମେ’ ୧୬ ତାରିଖରେ ଦ ଟାଇମ୍ସ ଅଫ୍ ଇଣ୍ଡିଆର ଅଭିନବ ପଦକ୍ଷେପ ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ ଓ କନକ୍ଲେଭ୍ ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି।
୧୬ ରୁ ୨୨ ବର୍ଷ ବୟସ୍କ ଯୁବପିଢ଼ିଙ୍କ ପାଇଁ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଭବିଷ୍ୟତର କ୍ୟାରିୟର, ନବସୃଜନ ଏବଂ ନୂତନ ଜ୍ଞାନକୌଶଳ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ପରୀକ୍ଷାମୂଳକ ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ଶିକ୍ଷାଦାନ କରିବାକୁ ପ୍ରସ୍ତୁତ ଏହି ଅଭିନବ ପ୍ରୟାସ, ଭାରତର ଯୁବପିଢ଼ିଙ୍କୁ ଏକ ଏଆଇ – ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସହ ସାମଞ୍ଜସ୍ୟ ରଖୁଛି।
ବର୍ତ୍ତମାନର ଏଆଇ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିପରି ନିଯୁକ୍ତି, ଷ୍ଟାର୍ଟଅପ୍, ଉଦ୍ୟୋଗୀକରଣ ଏବଂ ଭବିଷ୍ୟତର ନିଯୁକ୍ତି ସୁଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ତାହା ଏହି କନକ୍ଲେଭ୍ରେ ସ୍ୱତନ୍ତ୍ର ଏଆଇ ଏକ୍ସପର୍ଟ ସେସନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଏହି ଅବସରରେ ଏଆଇ ହାକାଥନ୍, କୁଇଜ୍ ପ୍ରତିଯୋଗିତା, ଉଦ୍ୟୋଗ ସମ୍ବନ୍ଧୀୟ ଆଲୋଚନା ଏବଂ ଭବିଷ୍ୟତର କୌଶଳ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ ଏବଂ କୋଚିଂ ସଂସ୍ଥାର ଛାତ୍ରଛାତ୍ରୀମାନେ ସାମିଲ ହେବେ।
ଏହି ପ୍ରତିଯୋଗିତାରେ ଏଆଇ ହାକାଥନ୍ ପାଇଁ ୩ ରୁ ୫ ଜଣ ସଦସ୍ୟ ଏବଂ କୁଇଜ୍ ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଦଳ ଗଠନ କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଳିତ ସହଯୋଗ ଓ ସମସ୍ୟା ସମାଧାନର କୌଶଳ ବୃଦ୍ଧି କରିବ।
ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେବାର ସମ୍ଭାବନା ଥିବା ବେଳେ ଏହା ପ୍ରାୟ ୫୦୦୦ରୁ ଅଧିକ ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଟ୍ୱିନ୍ ସିଟିର ପ୍ରାୟ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଏଥିପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି।
ଏଥିରେ କୃତି ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ଓ ଅର୍ଥରାଶି ସହ ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ରହିଛି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ବିଭିନ୍ନ ଶିଳ୍ପ ଓ ଭବିଷ୍ୟତର କାର୍ଯ୍ୟଶୈଳୀରେ ଆସୁଥିବା ପରିବର୍ତ୍ତନକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଅଭିନବ ପରିକଳ୍ପନା କରାଯାଇଛି। ଏହା ଶିଳ୍ପ ଜଗତର ବିଶେଷଜ୍ଞ, ସଫଳ ଉଦ୍ୟୋଗୀ ଏବଂ ବୃତ୍ତିଧାରୀଙ୍କ ସହ ମତ ବିନିମୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ସୁଯୋଗ ଦେବ।
ଆସନ୍ତା ମେ’ ୧୬, ଶନିବାର ସକାଳ ୯ଟାରୁ ଭୁବନେଶ୍ୱରର ଗୋଠପାଟଣାସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ପଞ୍ଜୀକରଣ ପାଇଁ ଭିଜିଟ୍ କରନ୍ତୁ : https://linktr.ee/timesedurise

