ପାକିସ୍ତାନରେ ବୋମା ବିସ୍ଫୋରଣ, ୯ ମୃତ
ପାକିସ୍ତାନର ଖୈବର ପଖତୁନଖ୍ୱାରେ ଏକ ବଜାରରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।
ପାକିସ୍ତାନୀ ମିଡିଆ ମୁତାବକ, ଖୈବର ପଖତୁନଖ୍ୱାର ଲକ୍କି ମାରୱତ ଜିଲ୍ଲାରେ ଏକ ବଜାରରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ ପୋଲିସ ଅଧିକାରୀ ଏବଂ ଜଣେ ମହିଳା ଅଛନ୍ତି । ଘଟଣାରେ ୨୪ରୁ ଅଧିକ ଆହତ ହୋଇଛନ୍ତି । ଏକ ରିକ୍ସାରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଘଯଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ମୃତକ ଏବଂ ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲା ।
ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ ହୋଇନାହାନ୍ତି, କିନ୍ତୁ ସନ୍ଦେହ ହେଉଛି ଯେ, ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହାତ ରହିଛି ।
ସୂଚନାଯୋଗ୍ୟ, ମଇ ୯ରେ ବାନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ବନ୍ଧୁକ ଆକ୍ରମଣରେ ୧୫ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଥିଲେ ।

