କ୍ରୀଡା

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଟିଏସ୍‌ଏଏଫ୍ ସ୍ପୋର୍ଟ କ୍ଲାଇମ୍ବିଂ ସମର କ୍ୟାମ୍ପ

ଭୁବନେଶ୍ୱର, ମଇ ୭, ୨୦୨୬: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ ସ୍ପୋର୍ଟ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିୟମରେ ସମର କ୍ୟାମ୍ପ-୨୦୨୬ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି। ମେ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୧୯ ତାରିଖ ଯାଏଁ ଚାଲିବ।

କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍‌ଡି ତଥା ସହକାରୀ ନିର୍ଦ୍ଦେଶକ ଡ. ଶାଶ୍ୱତ ରାଉତ ଆନୁଷ୍ଠାନିକ ଭାବେ ଶିବର ଉଦଘାଟନ କରଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ବିଭାଗ ସହକାରୀ ପରିଚାଳକ ଶୁଭ୍ରଜିତ ସାହୁ ଏବଂ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିର ପ୍ରୋଗ୍ରାମ ମ୍ୟାନେଜର ବିଷ୍ଣୁ ଏମ୍‌. ନାୟର ଉପସ୍ଥିତ ରହି ଯୁବ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିଥିଲେ।  ଅତିଥିମାନେ କ୍ରୀଡ଼ା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଏବଂ ଶୃଙ୍ଖଳିତ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଚଳିତ ବର୍ଷ କ୍ୟାମ୍ପରେ ପ୍ରାୟ ୬୦ ଜଣ ଯୁବ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି । ଦୁଇ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ଶିବିରରେ କାନ୍ଥ ଚଢ଼ିବାର ନୂତନ କୌଶଳ, ଶାରୀରିକ ଦକ୍ଷତା, ଅଭିଜ୍ଞ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆଯାଉଛି।

ପ୍ରଥମ ସଂସ୍କରଣର ସଫଳତା ପରେ, ସମର କ୍ୟାମ୍ପର ଏହି ଦ୍ୱିତୀୟ ସଂସ୍କରଣ ଟିଏସ୍‌ଏଏଫ୍ ସ୍ପୋର୍ଟ କ୍ଲାଇମ୍ବିଂ ଏଚ୍‌ପିସି ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ପ୍ରୟାସକୁ ଆହୁରି ମଜବୁତ କରିଛି। ରାଜ୍ୟରେ ଆଡଭେଞ୍ଚର ସ୍ପୋର୍ଟସର ପ୍ରସାର କରିବା ସହ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଓ ପରିବେଶ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Share

Leave a Reply

Your email address will not be published. Required fields are marked *

nineteen + 2 =