ଜାତୀୟ

ସୂର୍ଯ୍ୟଙ୍କ ଘରକୁ ଆସିଲେ ଲଷ୍ମୀ

ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବୀଶା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଷ୍ଟାର ଦମ୍ପତି ପ୍ରଥମ ଥର ପାଇଁ ମାତାପିତା ହୋଇଛନ୍ତି। ସୂର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ତାଙ୍କ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ସୂର୍ଯ୍ୟା ୨୦୧୬ରେ ଦେବୀଶା ସେଟ୍ଟିଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର ୧୦ ବର୍ଷ ପରେ ପିତାମାତା ହୋଇଛନ୍ତି। ଦେବୀଶାଙ୍କ ବେବି ସାୱାର ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଖବର ପ୍ରକାଶ ପାଇବା ପରଠାରୁ, ସାରା ବିଶ୍ୱରୁ ପ୍ରଶଂସକ ଏବଂ କ୍ରିକେଟରମାନେ ସୂର୍ଯ୍ୟାଙ୍କୁ ଅଭିନନ୍ଦନ ଜଣାଇ ଆସୁଛନ୍ତି। ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ଝିଅ ତାଙ୍କ ଆଙ୍ଗୁଠି ଧରିଥିବାର ଦେଖାଯାଉଛି। ଏହି ସୁନ୍ଦର ଫଟୋ ସହିତ, ସୂର୍ଯ୍ୟ କ୍ୟାପସନରେ ଲେଖିଛନ୍ତି: ‘ହସ, ପ୍ରେମ ଏବଂ ଅଗଣିତ ସ୍ବପ୍ନ ସହିତ – ଆମେ ଆମର କୁନି ଅତିଥିଙ୍କୁ ସ୍ବାଗତ କରୁଛୁ।’ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ଏବଂ ଦଳର ଅନେକ ଖେଳାଳି ଏହି ପୋଷ୍ଟରେ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ବଲିଉଡ ଅଭିନେତା ରଣବୀର ସିଂହ ମଧ୍ୟ ସୂର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।୩୫ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ୨୦୧୬ରେ ଦେବୀଶା ଶେଟ୍ଟୀଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ପ୍ରେମ କାହାଣୀ ସେମାନଙ୍କ କଲେଜ ସମୟରେ ଆରମ୍ଭ ହୋଇଥିଲା ।

ଏକ ଡ୍ୟାନ୍ସ ସମୟରେ ଦେବୀଶାଙ୍କ ପ୍ରତିଭା ଦେଖି ସୂର୍ଯ୍ୟକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଚଳିତ ବର୍ଷ ମାର୍ଚ୍ଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଜିତିଥିଲା । ସୂର୍ଯ୍ୟକୁମାର କିଛି ସମୟ ଧରି ଭାରତୀୟ ଟି-୨୦ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି ।ଗତ କିଛି ବର୍ଷ ଧରି, ସୂର୍ଯ୍ୟା ଏକ ଉଲ୍ଲେଖନୀୟ ଯାତ୍ରା ଅତିକ୍ରମ କରିଛନ୍ତି ଜଣେ ଘରୋଇ କ୍ରିକେଟରରୁ ଭାରତୀୟ ଜାତୀୟ ଦଳର ଜଣେ ପ୍ରମୁଖ ଷ୍ଟାର ଏବଂ ଏହାର T20 ଅଧିନାୟକ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। 

Share

Leave a Reply

Your email address will not be published. Required fields are marked *

13 − 5 =