ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ ।
ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ । ମେକାନିକାଲ୍ ବିଭାଗର ଛାତ୍ରଙ୍କୁ ସେମାନଙ୍କର ସିନିୟର ରାଗିଂ କରିଥିବା ଅଭିଯୋଗ ହୋଇଛି । ଜଣେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମଧ୍ୟ ମାରିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ । ଅଭିଯୁକ୍ତ ୪ ସିନିୟର ଛାତ୍ରଙ୍କୁ ଅର୍ଥଦଣ୍ଡ କରଯାଇଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଲାଗିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ହଜାର ଲେଖାଏ ଅର୍ଥଦଣ୍ଡ କରାଯାଇଛି । ଏହାଛଡ଼ା ଏହି ଘଟଣାକୁ ଆଣ୍ଟି ରାଗିଂ ସେଲ୍ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଦ୍ବାରା ତଦନ୍ତ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ।

