ରାଜନୀତି

ବିହାର ଦେଖିବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ

ବିହାର ଦେଖିବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଆଜି ଶପଥ ନେବେ ସମ୍ରାଟ ଚୌଧୁରୀ । ମଙ୍ଗଳବାର ଦିନ ସମ୍ରାଟ ଚୌଧୁରୀଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯିବା ପରେ ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ନୀତୀଶ କୁମାର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ସମ୍ରାଟ ଚୌଧୁରୀଙ୍କ ସହିତ, ଜେଡିୟୁ କୋଟାର ଦୁଇଜଣ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ଅଛି । ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ବିସ୍ତାର ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏବେଠାରୁ ନୂତନ ସରକାର ଏଠାକାର କାର୍ଯ୍ୟଭାର ଗ୍ରହଣ କରିବ । ନୂତନ ସରକାରଙ୍କୁ ମୋର ପୂର୍ଣ୍ଣ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ ବୋଲି କହିଛନ୍ତି ନୀତିଶ କୁମାର ।

Share

Leave a Reply

Your email address will not be published. Required fields are marked *

3 − 1 =