Business

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଅଭିନବ ଏଆଇ-ଆଧାରିତ ବହୁଭାଷୀ ସଂଳାପ ପ୍ଲାଟଫର୍ମ ‘ବିଓବି ସମ୍ବାଦ’ର ଶୁଭାରମ୍ଭ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଗ୍ରାହକମାନଙ୍କ ସହ ହେଉଥିବା କଥାବର୍ତ୍ତାକୁ ଅଧିକ ସହଜ ଓ ପ୍ରଭାବଶାଳୀ କରିବା ପାଇଁ ଏହାର ନୂତନ ଏଆଇ-ଆଧାରିତ ବହୁଭାଷୀ ସଂଳାପ ପ୍ଲାଟଫର୍ମ ‘ବିଓବି ସମ୍ବାଦ’ର ଶୁଭାରମ୍ଭ କରିଛି। ଏହାକୁ ୨୮ ମାର୍ଚ୍ଚ ୨୦୨୬ରେ ମୁମ୍ବାଇରେ ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗ (ଡିଏଫ୍‌ଏସ୍‌) ସଚିବ ଶ୍ରୀ ଏମ୍‌. ନାଗରାଜୁ ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ।
ଏହି ପ୍ଲାଟଫର୍ମଟି ଶିଳ୍ପ ଜଗତରେ ପ୍ରଥମ ଏଆଇ-ଆଧାରିତ ବହୁଭାଷୀ ସଂଳାପ ପ୍ଲାଟଫର୍ମ, ଯାହାର ଲକ୍ଷ୍ୟ ଶାଖାଗୁଡ଼ିକରେ ଗ୍ରାହକଙ୍କ ସହ କଥାବର୍ତ୍ତାକୁ ରୂପାନ୍ତରିତ କରିବା। ଭାଷାଗତ ବାଧାକୁ ଦୂର କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପ୍ଲାଟଫର୍ମ ଗ୍ରାହକ ଏବଂ ଶାଖା କର୍ମଚାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ପରସ୍ପର ସହ ନିର୍ବିଘ୍ନ କଥାବର୍ତ୍ତା କରିବାରେ ସକ୍ଷମ କରେ।
ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ୍‌. ନାଗରାଜୁ ଏହି ଶୁଭାରମ୍ଭ ପାଇଁ ବ୍ୟାଙ୍କ ଅଫ୍ ବରୋଦାକୁ ଅଭିନନ୍ଦନ ଜଣାଇଛନ୍ତି। ସଚିବ, ଡିଏଫଏସ୍ ବ୍ୟାଙ୍କିଂ କ୍ଷେତ୍ରରେ ଭାଷାଗତ ବାଧାକୁ ଦୂର କରିବା ଏବଂ ଗ୍ରାହକଙ୍କ ଅନୁଭବକୁ ସମୃଦ୍ଧ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଅଭିନବ ବ୍ୟବହାର ନିମନ୍ତେ ବ୍ୟାଙ୍କ ଅଫ୍ ବରୋଦାର ପ୍ରଶଂସା କରିଛନ୍ତି।
ଶ୍ରୀ ନାଗରାଜୁ କହିଛନ୍ତି ଯେ ‘ବିଓବି ସମ୍ବାଦ’ ଅଧିକ ଅନ୍ତର୍ଭୂକ୍ତମୂଳକ ଓ ସହଜ ସେବା ପ୍ରଦାନକୁ ପ୍ରୋତ୍ସାହିତ କରିବ ଏବଂ ଶାଖାଗୁଡ଼ିକରେ ଗ୍ରାହକ ସେବାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ଏହି କ୍ଷେତ୍ର ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ବୋଲି ସେ ପ୍ରକାଶ କରିଛନ୍ତି।
ଶ୍ରୀ ନାଗରାଜୁ ‘ବିଓବି ଫରେଷ୍ଟ’ ମଧ୍ୟ ପରିଦର୍ଶନ କରିଥିଲେ, ଯାହା ବ୍ୟାଙ୍କର ‘ବିଓବି ଆର୍ଥ’, ଗ୍ରୀନ୍ ଡିପୋଜିଟ୍ ଏବଂ ଗ୍ରୀନ୍ ବଣ୍ଡ ପରେ ଅନ୍ୟ ଏକ ସବୁଜ ପଦକ୍ଷେପ, ଯାହା ବ୍ୟାଙ୍କର ସ୍ଥିରତା ଏବଂ ସାମଗ୍ରିକ ଇଏସଜି ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ବିଓବି ଫରେଷ୍ଟ’ ହେଉଛି ବ୍ୟାଙ୍କ ଅଫ୍ ବରୋଦାର ମୁମ୍ବାଇସ୍ଥିତ ବିକେସି କାର୍ଯ୍ୟାଳୟରେ ନିର୍ମିତ ୬,୦୦୦ ବର୍ଗଫୁଟର ଏକ ସବୁଜ ଉଦ୍ୟାନ ଯାହା ପରିବେଶକୁ ପ୍ରୋତ୍ସାହିତ କରେ।
ଏହି ଶୁଭାରମ୍ଭ ଉପରେ ମନ୍ତବ୍ୟ ଦେଇ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ (ଏମ୍ ଡି) ଓ ସିଇଓ ଡ଼. ଦେବଦତ୍ତ ଚାନ୍ଦ କହିଛନ୍ତି, “‘ବିଓବି ସମ୍ବାଦ’ ସହିତ, ବ୍ୟାଙ୍କ ଅଫ୍ ବରୋଦା ଆମ ଶାଖାଗୁଡ଼ିକୁ ଅଧିକ ଅନ୍ତର୍ଭୂକ୍ତମୂଳକ ଓ ଗ୍ରାହକ-ଅନୁକୂଳ କରିବା ପାଇଁ ଏଆଇର ବ୍ୟବହାର କରୁଛି, ଯାହା ସ୍ଥାନୀୟ ଭାଷାରେ ନିର୍ବିଘ୍ନରେ ରିୟଲ-ଟାଇମ୍ କଥାବାର୍ତ୍ତାକୁ ସକ୍ଷମ କରେ। ଏହି ପଦକ୍ଷେପ ପ୍ରଯୁକ୍ତିବିଦ୍ୟାକୁ ଗ୍ରାହକ-କୈନ୍ଦ୍ରିକ ଡିଜାଇନ୍ ସହିତ ମିଶ୍ରଣ କରି ଆମର କାର୍ଯ୍ୟକ୍ଷମ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”
ସମୂର୍ଣ୍ଣରୂପେ ଇନ-ହାଉସ୍ ଭାବେ ବିକଶିତ, ‘ବିଓବି ସମ୍ବାଦ’ ଏଆଇ-ଚାଳିତ ବକ୍ତବ୍ୟ ଏବଂ ଭାଷା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ୨୨ଟି ଭାଷାରେ ରିୟଲ-ଟାଇମ୍‌, କମ୍ ସମୟରେ, ଉଭୟ ପକ୍ଷ ଯୋଗାଯୋଗକୁ ସକ୍ଷମ କରେ, ଯାହା ପ୍ରସଙ୍ଗଗତ ସଠିକତା ଏବଂ ପ୍ରାକୃତିକ ସ୍ୱଚ୍ଛତା ସୁନିଶ୍ଚିତ କରେ, ଏବଂ ଏଥିସହ ଭାରତର ଭାଷାଗତ ବିବିଧତାକୁ ଗ୍ରହଣ କରେ।
ସେବା କାଉଣ୍ଟରରେ, ଏହି ଆପ୍ଲିକେସନ୍ ଜରିଆରେ ଗ୍ରାହକ ଏବଂ ଶାଖା କର୍ମଚାରୀଙ୍କ ମଧ୍ୟରେ ବିନା ବାଧାରେ ଯୋଗାଯୋଗକୁ ସକ୍ଷମ କରେ। ଗ୍ରାହକମାନେ ସେମାନଙ୍କ ପସନ୍ଦର ଭାଷାରେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ ଅବା ଲିଖିତ ପ୍ରଶ୍ନକୁ ପ୍ରେରିତ କରିପାରିବେ, ଯାହା ତତକ୍ଷଣାତ୍ କର୍ମଚାରୀଙ୍କ ବଛାଯାଇଥିବା ଭାଷାରେ ଅନୁବାଦ ହୋଇଯିବ, ଏବଂ ବିପରୀତ କ୍ରମରେ ମଧ୍ୟ ହେବ, ଯାହା ସୁଗମ, ରିୟଲ-ଟାଇମ୍ ଯୋଗାଯୋଗକୁ ସୁଗମ କରିବ, ସଠିକ୍ ବୁଝାମଣା ଏବଂ ଦକ୍ଷ ସେବା ପ୍ରଦାନକୁ ସୁନିଶ୍ଚିତ କରିବ। ଏହି ସମ୍ଭାଷଣ ସ୍କ୍ରିନରେ ଟେକ୍ସଟ୍ ଭାବରେ ପ୍ରଦର୍ଶିତ ହେବ, ଏକ ବିକଳ୍ପ ଭଏସ୍ ମୋଡ୍ ସହିତ ଯାହା ଟେକ୍ସଟକୁ ସ୍ପିଚରେ ରୂପାନ୍ତର ହେବ।
ପ୍ରଥମ ପର୍ଯ୍ୟାୟରେ, ‘ବିଓବି ସମ୍ବାଦ’ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ୨୫୦ଟି ଶାଖାରେ କାର୍ଯ୍ୟକରୀ ହେବ। ଏହା ପରେ ବ୍ୟାଙ୍କର ଶାଖା ନେଟୱାର୍କରେ ଏହାର ପର୍ଯ୍ୟାୟକ୍ରମେ ବ୍ୟାପକ ପ୍ରସାର କରାଯିବ।

Share

Leave a Reply

Your email address will not be published. Required fields are marked *

three × five =