Business

ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ନିଫ୍‌ଟି ଇଣ୍ଡିଆ ଡିଫେନ୍ସ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ବର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନୂଆ ଆକ୍ସିସ ନିଫ୍ଟି ଇଣ୍ଡିଆ ଡିଫେନ୍ସ ଇଣ୍ଡେକ୍ସ ଫଣ୍ଡ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ଓପନ ଏଣ୍ଡେଡ ଇଣ୍ଡେକ୍ସ ଫଣ୍ଡ ଯାହା ନିଫ୍ଟି ଇଣ୍ଡିଆ ଡିଫେନ୍ସ ଟିଆରଆଇରେ ନିବେଶ କରିବ। ଏହାର ଏନଏଫଓ ୨୦୨୬ ଏପ୍ରିଲ ୧୦ରେ ଖୋଲିବ ଓ ଏପ୍ରିଲ ୨୪ରେ ବନ୍ଦ ହେବ। ଏହି ଫଣ୍ଡ ନିବେଶକମାନଙ୍କୁ ନିଫ୍‌ଟି ଇଣ୍ଡିଆ ଡିଫେନ୍ସ ଟୋଟାଲ ରିଟର୍ଣ୍ଣ ଇଣ୍ଡେକ୍ସ (ଟିଆର୍‌ଆଇ)ର ପ୍ରଦର୍ଶନ ପାଖାପାଖି ରିଟର୍ଣ୍ଣ ପ୍ରଦାନ କରିବ। ଏହି ଫଣ୍ଡ ଜରିଆରେ ପ୍ରତିରକ୍ଷା କ୍ଷେତ୍ରରେ ହେଉଥିବାରୁ ବିକାଶରୁ ନିବେଶକମାନେ ଲାଭବାନ ହୋଇପାରିବେ।

ସାରା‌ ବିଶ୍ବରେ ପ୍ରତିରକ୍ଷା ନିବେଶ ବୃଦ୍ଧି ପାଉଛି ଯାହା ୨୦୨୪ରେ ୨.୭ ଲକ୍ଷ କୋଟି ଡଲାରରେ ପହଂଚିଛି। ଭୂ-ରାଜନୈତିକ ସଙ୍କଟ, ଆଞ୍ଚଳିକ ଉତ୍ତେଜନା ଆଦି ପ୍ରଭାବରେ ସାରା ବିଶ୍ବରେ ପ୍ରତିରକ୍ଷାରେ ନିବେଶ ବଢ଼ୁଛି। ଏହି ଧାରାରେ ଭାରତ ମଧ୍ୟ ଯୋଡ଼ିହୋଇଛି ଓ ପ୍ରତିରକ୍ଷା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ବଜେଟ ଅଟକଳ ବଢ଼ାଉଛି। ୨୦୧୩-୧୪ ପରଠାରୁ ଭାରତର ପ୍ରତିରକ୍ଷା ବଜେଟ୍‌ ୨.୭ ଗୁଣା ବଢ଼ି ୨୦୨୬-୨୭ରେ ୬.୮ ଲକ୍ଷ ‌କୋଟି ଟଙ୍କା ହୋଇଛି। ପ୍ରତିରକ୍ଷା ରପ୍ତାନି ମଧ୍ୟ ୨୦୧୬-୧୭ର ୨,୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୩,୦୦୦ କୋଟି ଟଙ୍କା ହୋଇଛି।

ପ୍ରତିରକ୍ଷା କାର୍ଯ୍ୟକଳାପରୁ ଉଲ୍ଲେଖନୀୟ ରାଜସ୍ବ ହାସଲ କରୁଥିବା ପ୍ରମୁଖ ପ୍ରତିରକ୍ଷା କମ୍ପାନିଗୁଡ଼ିକୁ ଚୟନ କରି ଆକ୍ସିସ ନିଫଟି ଇଣ୍ଡିଆ ଡିଫେନ୍ସ ଇଣ୍ଡେକ୍ସ ଫଣ୍ଡ ସେଥିରେ ନିବେଶ କରିବ। ଏରୋସ୍ପେସ ଓ ପ୍ରତିରକ୍ଷା ଉପରକରଣ, ଜାହାଜ ନିର୍ମାଣ, ବିସ୍ଫୋରକ ଓ ଆନୁଷଙ୍ଗିକ ସେବା ଭଳି କ୍ଷେତ୍ରର କମ୍ପାନିକୁ ଚୟନ କରାଯିବ। ସେଥିପାଇଁ ‌ସେମାନଙ୍କ ବଜାର ପୁଂଜି ଓ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ବିଚାରକୁ ନିଆଯିବ।

ଏ ସମ୍ପର୍କରେ ଆକ୍ସିସ ଏଏମସିର ଏମଡି ସିଇଓ ବି ଗୋପକୁମାର କହିଛନ୍ତି ଯେ,”ବର୍ଦ୍ଧିତ ବଜେଟ, ଦୃଢ଼ ନୀତି ଆଭିମୁଖ୍ୟ ଓ ରପ୍ତାନି ସୁଯୋଗର ସମ୍ପ୍ରସାରଣ ସହ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ଆକ୍ସିସ ନିଫ୍ଟି ଇଣ୍ଡିଆ ଡିଫେନ୍ସ ଇଣ୍ଡେକ୍ସ ଫଣ୍ଡ ଜରିଆରେ ଆମେ ନିବେଶକମାନଙ୍କୁ ଏହି ଢ଼ାଂଚାଗତ ଅଭିବୃଦ୍ଧିରେ ଅଂଶଗ୍ରହଣ କରିବାକୁ ଏକ ସୁଲଭ ଓ ନିୟମ ଆଧାରିତ ଉପାୟ ପ୍ରଦାନ କରୁଛୁ। ନିଜ ପୋର୍ଟଫୋଲିଓକୁ ଭାରତର ଗୁରୁତ୍ବପୂର୍ଣ୍ଣ ଓ ବିନିର୍ମାଣ ପ୍ରାଥମିକତା ସହ ଯୋଡ଼ିବାକୁ ଚାହୁଥିବା ତଥା ଦୀର୍ଘକାଳୀନ ଆଭିମୁଖ୍ୟ ରଖିଥିବା ନିବେଶକମାନଙ୍କ ପାଇଁ ଏହି ଫଣ୍ଡ ବେଶ ଉପଯୁକ୍ତ।’’

ଏହି ଫଣ୍ଡକୁ ନନ୍ଦିକ ମଲ୍ଲିକ ଓ ରୋହିତ ଗୌତମ ପରିଚାଳନା କରିବେ ଏବଂ ଏହା ଏକ ପରୋକ୍ଷ ନିବେଶ ଆଭିମୁଖ୍ୟ ଗ୍ରହଣ କରି ସହ ବିଭିନ୍ନ ପ୍ରତିରକ୍ଷା କମ୍ପାନି ମଧ୍ୟରେ ବିବିଧତା ପ୍ରଦାନ କରିବ। ଏଥିରେ ସ୍ବଳ୍ପକାଳୀନ ଓ ମଧ୍ୟମବର୍ତ୍ତିକାଳୀନ ଭିତ୍ତିରେ ଅସ୍ଥିରତାର ଆଶଙ୍କା ଥିବାରୁ ଦୀର୍ଘକାଳୀନ ଲକ୍ଷ୍ୟ ରଖି ନିବେଶ କରିବା ବୁଦ୍ଧିମାନର ପରିଚୟ ହେବ।

Share

Leave a Reply

Your email address will not be published. Required fields are marked *

14 + 5 =