ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ
ଆସନ୍ତା କାଲି ହେବାକୁ ଥିବା କ୍ୟାବିନେଟ ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ । ଏହି ବିଭାଗ କ୍ୟାବିନେଟରେ ଉପସ୍ଥାପନ କରିପାରେ ଏକ ନୂଆ ନୀତିର ପ୍ରସ୍ତାବ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ପରିଚଳନ ଓ ରକ୍ଷଣାବେକ୍ଷଣ ନୀତି ‘୨୦୨୬’ ବିଭାଗ ଆଣିପାରେ ! ଏହି ନୀତି ଆଣିବାର ମୁଖ୍ୟ ଲକ୍ଷ୍ୟ ବିଭାଗ ରଖିଛି କି ରାଜ୍ୟବାସୀଙ୍କୁ ଘରେ ଘରେ ଜଳ ପ୍ରଦାନ କରି ଜଳକଷ୍ଟ ସମସ୍ୟାରୁ ଦୂରିଭୂତ କରିବା ପାଇଁ । ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗ ଭଳି ଅନେକ ବିଭାଗର କ୍ୟାବିନେଟରେ ଆସିପାରେ ପ୍ରସ୍ତାବ।
ସେହିପରି ରାଜ୍ୟର ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନ୍ୟାୟ ଦେବା ପାଇଁ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଥିଲେ। ନୂତନ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ୧୨% ରୁ ବୃଦ୍ଧି କରାଯାଇ ୨୨.୫% କରାଯାଇଥିଲା। ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷଣ ୮% ରୁ ବୃଦ୍ଧି କରାଯାଇ ୧୬.୨% କରାଯାଇଥିଲା। ସେହିପରି SEBC ଓ ପଛୁଆ ବର୍ଗଙ୍କ ପାଇଁ ପ୍ରଥମ ଥର ପାଇଁ ୧୧.୨% ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ରାଜ୍ୟ କ୍ୟାବିନେଟ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।