କ୍ରୀଡା

ପ୍ରଥମ ବିଜୟ ଲକ୍ଷ୍ୟ ପନ୍ତ ବାହିନୀ

ଆଜି ଅପରାହ୍ଣରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ପରସ୍ପରକୁ ସାମ୍ନା କରିବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଠାରୁ ପରାଜିତ ହୋଇଥିବା ଲକ୍ଷ୍ନୌ ଯଥା ସମ୍ଭବ ବିଜୟ ଖାତା ଖୋଲିବା ପାଇଁ ତତ୍ପର । ଇଶାନ କିଷନଙ୍କ ନେତୃତ୍ୱରେ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରୁଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଫଳରେ ଆଜି ଏହି ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଲାଗି ରହିବ । ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ କ୍ରମରେ ଅଦଳ ବଦଳକୁ ନେଇ ଲକ୍ଷ୍ନୌ ପରାଜିତ ହୋଇଥିବା ମତ ପ୍ରକାଶ ପାଇଛି । ମାତ୍ର ଏଥିରେ ପ୍ରଭାବିତ ନ ହେବା ପାଇଁ କୋଚିଂ ଟିମ୍ ରିଷଭ ପନ୍ତଙ୍କୁ ପରାମର୍ଶ ଦେଇଛି ।

ଦିଲ୍ଲୀ ବିପକ୍ଷ ପ୍ରଥମ ମ୍ୟାଚରେ ରିଷଭ ପନ୍ତ ଓପନ କରିଥିଲେ ଓ ଦୁର୍ଭାଗ୍ୟ ବଶତଃ ରନ ଆଉଟ୍ ହୋଇଥିଲେ । ତାଙ୍କ ନିଷ୍ପତ୍ତିକୁ ଗଣମାଧ୍ୟମରେ ପ୍ରବଳ ସମାଲୋଚନା କରାଯାଇଥିଲା । ପନ୍ତଙ୍କ ନିକଟରେ ଓପନ କରିବାର ଯଥେଷ୍ଟ ଦକ୍ଷତା ରହିଛି ଓ ପୂର୍ବରୁ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଓପନ କରିସାରିଛନ୍ତି । ଗୋଟିଏ ରନ୍ ଆଉଟ୍ ପାଇଁ ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହି ସମାଲୋଚନାର ଚାପ ପନ୍ତଙ୍କୁ ପୁଣି ଥରେ ମଧ୍ୟ କ୍ରମକୁ ଟାଣି ନେବା ଆଶଙ୍କା ରହିଛି । ଗତ ସିଜନରେ ମିଚେଲ ମାର୍ଶ ଓ ଆଡେନ ମାରକ୍ରମ ଓପନ କରି ସଫଳ ହୋଇଥିଲେ । ମାରକ୍ରମ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗତ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ । ତେଣୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଭୁଲ ନିଷ୍ପତ୍ତି ନୁହେଁ ।

ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ ହାଇଦ୍ରାବାଦ ଦଳ ଲୟକୁ ଫେରିଛି ଓ କୋଲକାତାକୁ ହରାଇ ମନୋବଳ ଦୃଢ କରିଛି । ଆଜି ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ହାଇଦ୍ରାବାଦର ପଲ୍ଲା ଭାରି ରହିବା ଆଶା କରାଯାଉଛି । ଆଜି ହାଇଦ୍ରାବାଦ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଡେଭିଡ୍ ପେନଙ୍କ ସ୍ଥାନରେ ବ୍ରାଇଡନ କାର୍ସ ଏକାଦଶକୁ ଫେରି ପାରନ୍ତି । ମାତ୍ର ଏହା ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରି । ଲକ୍ଷ୍ନୌ ଦଳରେ ପରିବର୍ତ୍ତନ ନିଶ୍ଚିତ । ପ୍ରଥମ ମ୍ୟାଚ ଖେଳି ନଥିବା ବିବାଦୀୟୂ ସ୍ପିନର ଦିଗବେଶ ରାଠି ଏକାଦଶକୁ ଫେରିବେ । ହାଇଦ୍ରାବାଦ ପିଚ୍ ବ୍ୟଟିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Share

Leave a Reply

Your email address will not be published. Required fields are marked *

17 − four =