ଆଜିଠୁ ଦେଶରେ ଆରମ୍ଭ ହେବ ଜନଗଣନା
ଆଜିଠୁ ଦେଶରେ ଆରମ୍ଭ ହେବ ଜନଗଣନା । ୧୬ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ। ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ। ୨୦୧୧ ପରେ ଏହା ପ୍ରଥମ ଜନଗଣନା ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ କରାଯିବ। ଏଥିପାଇଁ ସରକାର ପ୍ରାୟ ୧୧ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଦୁଇଟି ପର୍ଯ୍ୟାୟରେ ହେବ ସେନସସ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ସେନସସ ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବ। ଏଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ଶିକ୍ଷା, ଏବଂ ଅର୍ଥନୈତିକ ସ୍ଥିତି ବିଷୟରେ ଗଣନା କରାଯିବ। ଏହି ପର୍ଯ୍ୟାୟରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ସବୁ ତଥ୍ୟ ମୋବାଇଲ୍ ଆପ୍ ଜରିଆରେ ନିଆଯିବ, ଯାହାଫଳରେ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଏଥିରେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କେବଳ ସରକାରୀ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବ।

