କ୍ରୀଡା

କିଏ ଜିତିବ ଆଜିର ମ୍ୟାଚ?

ଚଳିତ ଆଇପିଏଲ୍-୧୯ର ତୃତୀୟ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗ୍‌ସର ଭେଟେରାନ ୱିକେଟ୍ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନି ଓ ଯୁବ ବ୍ୟାଟର ଡିୱାଲ୍‌ଡ ବ୍ରେଭିସ୍ ଆହତ ଥିବାରୁ ଏହି ମ୍ୟାଚ୍ ଖେଳିବେ ନାହିଁ ।

ଆଜି ମ୍ୟାଚ୍‌କୁ ନେଇ ଉଭୟ ଦଳର ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହା ପଛର କାରଣ ହେଉଛି ସଞ୍ଜୁ ସାମସନ ଓ ରବୀନ୍ଦ୍ର ଜାଡେଜା । ଗତ ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସନ ଚଳିତ ବର୍ଷ ସୁପରକିଙ୍ଗସ ପକ୍ଷରୁ ଖେଳିବେ । ସେହିପରି ଦୀର୍ଘ ଦିନ ଧରି ସୁପରକିଙ୍ଗ୍‌ସ  ଦଳର ସଦସ୍ୟ ରହିଥିବା ଜାଡେଜା ଏଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି ।

ଉଭୟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ୱଭାବିକ । ଉଭୟ ଦଳ ସିଜନରେ ପ୍ରଥମ ମ୍ୟାଚ୍ ଖେଳୁଥିବାରୁ ଚୂଡ଼ାନ୍ତ ଏକାଦଶ ଆକଳନ କରିବା କଷ୍ଟକର କାର୍ଯ୍ୟ ହେବ । ଦୁଇ ଦଳରେ ଏକାଧିକ ଷ୍ଟାର୍ ଓ ଯୁବ ଖେଳାଳି ରହିଛନ୍ତି । ରିୟାନ ପରାଗ ରାଜସ୍ଥାନ ରୟାଲ୍ସ ଓ ଋତୁରାଜ ଗାଏକୱାଡ୍ ସୁପରକିଙ୍ଗ୍‌ସ ଦଳର ନେତୃତ୍ୱ ନେବେ । ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଯଶସ୍ୱୀ ଜୈସ୍ୱାଲ, ସିମରନ୍ ହେତମାୟର ଏବଂ ଚେନ୍ନାଇ ସୁପରକିଙ୍ଗ୍‌ସର ଆୟୂଷ ମାହତ୍ରେ, ସାମସନ୍, ଗାଏକୱାଡ ଓ ନବାଗତ ପ୍ରଶାନ୍ତ ବୀରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଖାସ୍ କରି ବୈଭବଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିବ ।

ପୂର୍ବରୁ ଉଭୟ ଦଳ ୩୧ଥର ପରସ୍ପରକୁ ଭେଟିଛନ୍ତି । ସୁପରକିଙ୍ଗ୍‌ସ ୧୬ଟି ଓ ରାଜସ୍ଥାନ ରୟାଲ୍ସ ୧୫ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ୨ଥର ସାମ୍ନାସାମ୍ନି ହୋଇଥିଲେ ଏବଂ ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚ୍ ଜିତିଥିଲା । ଏଥର ସୁପରକିଙ୍ଗ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ବର୍ଷାପଡ଼ା ଷ୍ଟାଡିୟମର ପିଚ୍‌ରେ ଆଭରେଜ ପ୍ରଥମ ଇନିଂସ୍ ସ୍କୋର ୧୬୫ରୁ ୧୮୫ ରହିଛି । ଫାଷ୍ଟ୍ ବୋଲରମାନେ ନୂଆ ବଲ୍‌ରେ ସୁଇଂ କରାଇ ପାରିବେ । ମ୍ୟାଚ୍ ଆଗେଇବା ସହ ପିଚ୍ ମନ୍ଥର ହୋଇଯିବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଲୁଆନ- ଡ୍ରେ ପ୍ରିଟୋରିୟସ୍, ରିୟାନ ପରାଗ (ଅଧିନାୟକ), ସିମରନ ହେତମାୟର, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ଜୋଫ୍ରା ଆର୍ଚର, ସନ୍ଦୀପ ଶର୍ମା, ରବି ବିଷ୍ଣୋଇ, ନାନ୍ଦ୍ରେ ବର୍ଗର, ଶୁଭମ ଦୁବେ/ତୁଷାର ଦେଶପାଣ୍ଡେ ।

ସୁପରକିଙ୍ଗସ୍ : ଆୟୂଷ ମାହତ୍ରେ, ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଉର୍ଭିଲ ପଟେଲ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ବୀର, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମାଟ୍ ହେନରୀ, ଅଂଶୁଲ କାମ୍ବୋଜ, ଜାମି ଓଭରଟନ୍/

Share

Leave a Reply

Your email address will not be published. Required fields are marked *

twenty − two =