ଜାତୀୟ

ଦୁନିଆ ପୁଣି ଥରେ ଅନିଶ୍ଚିତତା ଦେଇ ଗତି କରୁଛି : ମୋଦି

ରବିବାର ‘ମନ୍ କୀ ବାତ’ରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମର ୧୩୨ ତମ ଏପିସୋଡରେ ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଅନେକ କଥା କହିଛନ୍ତି । ମାର୍ଚ୍ଚ ମାସ ବିଶ୍ୱ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଦେଶ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀ ଦେଖିଥିଲା । ଏବେ ଯୁଦ୍ଧ ଦେଖୁଛି । ଯାହା ବୈଶ୍ୱିକ ସ୍ଥିରତାକୁ ପ୍ରଭାବିତ କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ପିଏମ୍ ମୋଦୀ କହିଛନ୍ତି ଯେ, ଦୁନିଆ ପୁଣି ଥରେ ଅନିଶ୍ଚିତତା ଦେଇ ଗତି କରୁଛି । ମାର୍ଚ୍ଚ ସଦାବଳେ ବିଶ୍ୱରେ କିଛିନାକିଛି ଘଟାଇଥାଏ । କୋଭିଡ୍ ପରେ ବିଶ୍ୱ ଆଗକୁ ବଢିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ଯୁଦ୍ଧ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ମାସେ ହେଲା ପଡୋଶୀ ଦେଶରେ ଯୁଦ୍ଧ ଚାଲିଛି । ଏହାର ପ୍ରଭାବ ଭାରତୀୟ ପରିବାର ଉପରେ ପଡୁଛି । ଭାରତୀୟଙ୍କ ସମ୍ପର୍କୀୟ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଅଛନ୍ତି । ସଙ୍କଟ ସମୟରେ ଦେଶ ପ୍ରବାସୀ ଭାରତୀୟଙ୍କୁ ସମସ୍ତ ସହଯୋଗ କରୁଛି ।

ସେ ଆହୁରି କହିଛନ୍ତି ଯେ, ଯୁଦ୍ଧ ବେଳେ ଶକ୍ତି ସଙ୍କଟ ବଡ ଚ୍ୟାଲେଞ୍ଜ୍ । ସବୁଠି ପେଟ୍ରୋଲ ଏବଂ ଡିଜେଲ ସପ୍ଲାଏ ପ୍ରଭାବିତ ହୋଇଛି । ଭାରତ କିନ୍ତୁ ନିଜର ମଜବୁତ କୁଟନୈତିକ ସମ୍ପର୍କ ପାଇଁ ଏସବୁ ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେଉଛି । ସରକାର ଲଗତାର ସ୍ଥିତି ଉପରେ ନଜର ରଖିଛନ୍ତି । ଏସବୁ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ଅନେକ ଲୋକ ଗୁଜବ କରୁଛନ୍ତି । ଏହା କ୍ଷତି ହିଁ କରିବ । ଗୁଜବରୁ ସମସ୍ତେ ଦୂରରେ ରୁହନ୍ତୁ । କେବଳ ସରକାରୀ ସୂଚନା ଏବଂ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ’ରେ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ କରୋନା ସଙ୍କଟକୁ ଅତିକ୍ରମ କରିଛି । ଏହି ବିପଦରୁ ମଧ୍ୟ ଭାରତ ବାହାରି ଆସିବ ।୧୪୦ କୋଟି ଭାରତୀୟଙ୍କ ଏକତା ହିଁ ଦେଶର ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 6 =