ଜାତୀୟ

ଏହିଦିନ ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ମନ୍ଦିର ସମିତି ଅନୁସାରେ, ବୁଧବାର(ଏପ୍ରିଲ ୨୨) ସକାଳ ୮ଟାରେ ଶୁଭ ବୃଷ ଲଗ୍ନରେ ବାବା କେଦାରନାଥଙ୍କ କପାଟ ଖୋଲିବ । ଏହାପରେ ୬ ମାସ ଯାଏଁ କେଦାରନାଥ ଯାତ୍ରା ଚାଲିବ ।

କେଦାରନାଥ ଧାମ କପାଟ ଖୋଲିବାର ଗୋଟେ ଦିନ ପରେ ବଦ୍ରିନାଥ ମନ୍ଦିର ଦ୍ବାର ୨୩ ଏପ୍ରିଲକୁ ବ୍ରହ୍ମମୁହୂର୍ତ୍ତରେ ସକାଳ ୬.୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହି ଶୁଭ ତିଥିର ଘୋଷଣା ପୂର୍ବରୁ ବସନ୍ତ ପଞ୍ଚମୀରେ ହୋଇଛି । ସେହିପରି ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଅକ୍ଷୟ ତ୍ତୀୟ ଅର୍ଥାତ୍ ଏପ୍ରିଲ ୧୯ ତାରିଖରେ ବିଧିବିଧାନରେ ଖୋଲିବ ।

ତେବେ ଚାରଧାମ ଯାତ୍ରା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାସ୍ତା ମରାମତି ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି । ହୋଟେଲ ଏବଂ ଧର୍ମଶାଳାରେ ମଧ୍ୟ ଆଡଭାନ୍ସ ବୁକିଂ ହୋଇସାରିଛି ।

Share

Leave a Reply

Your email address will not be published. Required fields are marked *

fifteen + 18 =