ରାଜ୍ୟ

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପଥରବନ୍ଧ ବସ୍ତିରେ ଚାଲିଲା ଆତଙ୍କ ରାଜ୍ । ଘରୁ ଡାକି ପୁଅ ଆଗରେ ବାପାକୁ ମାରିଲେ ଖଣ୍ଡା ଚୋଟ । ମୁଣ୍ଡରେ ଏକାଧିକ ଚୋଟ ଯୋଗୁ ଗୁରୁତର ଆହତ ହୋଇଛନ୍ତି ପଥରବନ୍ଧ ବସ୍ତିର କାର୍ତ୍ତିକ ନାୟକ ।

ପୂର୍ବ ଶତ୍ରୁତା ଲାଗି ଏହି ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣର ଖବର ପାଇ ପିସିଆର୍‌ ଓ ସହିଦ ନଗର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଗୁରୁତର ଆହତ କାର୍ତ୍ତିକଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ କାର୍ତ୍ତିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଯୋଗୁ ପଥରବନ୍ଧ ବସ୍ତିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।
Share

Leave a Reply

Your email address will not be published. Required fields are marked *

three × two =