ପ୍ରପୋଜ ଡେ ମର୍ଡର, ସତ ମାନିଲା ପ୍ରେମିକା
ପ୍ରପୋଜ ଡେ ମର୍ଡର । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ନୂଆ ଟ୍ବିଷ୍ଟ । ପ୍ରେମିକା ରୁମରେ ପ୍ରେମିକର ହତ୍ୟା । ମର୍ଡର ସତ ମାନିଲା ପ୍ରେମିକା । ସାମ୍ନାକୁ ଆସିଲା ପ୍ରେମିକାର ଅଡିଓ କଲ୍ । କିଭଳି ହୋଇଥିଲା ହତ୍ୟାକାଣ୍ଡ, ଗୋଟି ଗୋଟି କରି ସବୁ ସତ ମାନିଲା । ସତ୍ୟବ୍ରତକୁ ଦିନେଶ ହତ୍ୟା କରିଥିବା ମାନିଛି ପ୍ରେମିକା । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ପ୍ରେମିକାକୁ ଚାଲିଛି ମାରାଥନ ଜେରା କରୁଛି । ହତ୍ୟାକାରୀ ଦିନେଶକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି।
ଏତିକି ବେଳେ ଯୁବତୀଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଏଣ୍ଟ୍ରି ମାରିଥିଲେ । ପ୍ରେମିକା ସହ ସତ୍ୟବ୍ରତକୁ ଦେଖିବା ପରେ ରକ୍ତ ମୁଖା ହୋଇଯାଇଥିଲା । ପରିବା କଟା ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରି ଦିନେଶ ଲହୁଲୁହାଣ କରିଥିବା ଅଭଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖସି ପଳାଇବା ପାଇଁ ଉଦ୍ୟମ ବେଳେ ନିଳାଦ୍ରିବିହାର ଛକରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା । ସୋସିଆଲ ମିଡିଆରୁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତଙ୍କ ପ୍ରେମ ଆରମ୍ଭ ହୋଇଥିଲା । କିନ୍ତୁ ସେ ଜାଣି ନଥିଲେ ଏହି ପ୍ରେମ ତାଙ୍କ ଜୀବନ ନେବ ।

