କ୍ରୀଡା

WPl 2026 : ଦିଲ୍ଲୀକୁ ହରାଇ ଚମ୍ପିୟାନ ହେଲା ବାଙ୍ଗାଲୋର

ପୁଣି କମାଲ କଲା ଆରସିବି । ଦ୍ବିତୀୟଥର ପାଇଁ ମାରିଲା ବାଜି । ଡବ୍ଲୁପିଏଲରେ ପୁଣିଥରେ ହାତେଇଛି ଟ୍ରଫି । ଓ୍ଵିମେନ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରୋମାଞ୍ଚକର ଫାଇନାଲରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି । ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ପୁଣିଥରେ ଅଧାରେ ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା । ଏହି ବିଶାଳ ସ୍କୋରକୁ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଭୋଲଙ୍କ ୭୯ ରନର ବଳରେ ଦଳ ଜିତି ନେଇଛି । ୨ଟି ବଲ ବାକିଥିବାବେଳେ ଆରସିବି ୬ ଓ୍ବିକେଟରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 2 =