୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ
ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ ରାଜି ହୋଇଛି । ଏହି ଚୁକ୍ତିର ସବୁଠାରୁ ବଡ଼ ସର୍ତ୍ତ ହେଉଛି, ଭାରତ ଏବେ ରୁଷିଆ ଠାରୁ ଶସ୍ତା ଅଶୋଧିତ ତେଲ କିଣିବା ବନ୍ଦ କରିବ କିମ୍ବା ବହୁତ କମାଇ ଦେବ ।
ଏହି ଚୁକ୍ତି ବନ୍ଧୁତ୍ୱ ଓ ସମ୍ମାନର ପ୍ରତୀକ।” ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ଭାରତ ଉପରେ ଲଗାଇଥିବା ପୂରା ୨୫ ପ୍ରତିଶତ ପାଲଟା ଶୁଳ୍କ ହଟାଇବ ଆମେରିକା । ଏ ନେଇ ହ୍ବାଇଟ ହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ଟାରିଫ ହ୍ରାସ ପରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

