ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଫେରୋ ଆଲୟେଜ୍ ଏବଂ ଅନ୍ୟ ଖଣିଜ ପଦାର୍ଥ ବିକ୍ରୟ ପାଇଁ ଅନ୍‌ଲାଇନ୍ ସେଲ୍ସ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଫେରୋ ଆଲୟେଜ୍ ଏବଂ ଅନ୍ୟ ଖଣିଜ ପଦାର୍ଥ ଅନ୍‌ଲାଇନ୍‌ରେ ବିକ୍ରି କରିବା ପାଇଁ ଏହାର ଇ-ସେଲ୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି କ୍ଲାଉଡ଼ ଆଧାରିତ ଅନ୍‌ଲାଇନ୍ ପୋର୍ଟାଲର ଶୁଭାରମ୍ଭ ଟାଟା ଷ୍ଟିଲ ମାଇନିଂର ଗ୍ରାହକମାନଙ୍କୁ ସୂଚନା ସଂଗ୍ରହ, ଅର୍ଡ଼ର ଫାଇନାଲ୍ କରିବା ଏବଂ ପୋର୍ଟାଲରେ ରିଏଲ ଟାଇମ୍ ଆଧାରରେ ଅର୍ଡ଼ର ଟ୍ରାକ୍ କରିବାରେ ସହାୟତା କରିବ ।
ସମ୍ପୁର୍ଣ୍ଣ ଅର୍ଡ଼ର ପ୍ରୋସେସିଂ ଭାଲ୍ୟୁ ଚେନ୍‌ର ଡିଜିଟାଲ ଏକୀକରଣ ମାଧ୍ୟମରେ ଗ୍ରାହକମାନଙ୍କୁ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ମାଇନିଂର ଡିଜିଟାଲ ରୂପରେଖ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଟାଟା ଷ୍ଟିଲ ମାଇନିଂର ଭୁବନେଶ୍ୱର ସ୍ଥିତ କର୍ପୋରେଟ୍ ଅଫିସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଅଧ୍ୟକ୍ଷ ଡି ବି ସୁନ୍ଦରା ରାମମ୍‌, ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇ-ସେଲ୍ସ ପୋର୍ଟାଲର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉଦ୍‌ବୋଧନ ଦେଇ ଡି ବି ସୁନ୍ଦରା ରାମମ୍ କହିଛନ୍ତି ଯେ, “ଏହା ଏକ ଉତ୍ତମ ପଦକ୍ଷେପ, ଯାହା ଆମ ଗ୍ରାହକଙ୍କ ପାଇଁ ଏକ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି । ଏହି ପୋର୍ଟାଲ ନିଶ୍ଚିତ ଭାବେ ଭବିଷ୍ୟତରେ ଆମର ଉତ୍ପାଦ ବିକ୍ରି କରିବା ପଦ୍ଧତିରେ କ୍ରାନ୍ତି ଆଣିବା ସହିତ ଖଣିଜ ଏବଂ ଫେରୋ ଆଲୟେଜ ଶିଳ୍ପରେ ଏକ ମହତ୍ତ୍ୱପୁର୍ଣ୍ଣ ପରିବର୍ତ୍ତନ ଆଣିପାରିବ” ।
ଟାଟା ଷ୍ଟିଲ ମାଇନିଂର ବ୍ୟବସାୟିକ ଟିମ୍ ପକ୍ଷରୁ ବ୍ୟବସାୟିକ ବିଭାଗର ବରିଷ୍ଠ ମହା ପ୍ରବନ୍ଧକ ରାଜଶ୍ରୀ ପାଲିତଙ୍କ ନେତୃତ୍ୱରେ ଟିଏସ୍‌ଏମ୍‌ଏଲ୍ ଇ-ସେଲ୍ସ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ପୋର୍ଟାଲର ସୁ-ପରିଚାଳନା ପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଥିବା ଟାଟା ଷ୍ଟିଲ ମାଇନିଂର ଆଇଟି ଟିମ୍ ସହଯୋଗରେ ଟାଟା ଗ୍ରୁପ୍ କମ୍ପାନୀ ମେଟାଲ ଜଙ୍କସନ୍ ଦ୍ୱାରା ଏହି ପୋର୍ଟାଲକୁ ବିକଶିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 4 =