ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍‌କୁ ଆନ୍ତର୍ଜାତିକ ମାନ୍ୟତା

ଢେଙ୍କାନାଳ, ଜାନୁଆରୀ ୧୭, ୨୦୨୪: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍‌କୁ ଇଂଟରନ୍ୟାସନାଲ୍ ମାରାଥନ୍‌ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସ୍ (ଏଆଇଏମ୍‌ଏସ୍‌)ର ଆନ୍ତର୍ଜାତିକ ମାନ୍ୟତା ହାସଲ କରିଛି । ହାଇଦ୍ରାବାଦର ଏଆଇଏମ୍‌ଏସ୍‌ର ଦୂରତା ମାପକ (ଡିଷ୍ଟାନ୍ସ ମେଜରର) ଆମ୍ରି ସେନେଦିୱାନ ଟାଟା ଷ୍ଟିଲ୍‌ର କ୍ରୀଡ଼ା ଟିମ୍ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ କପିଳାସ ଅଭୟାରଣ୍ୟ ବାହ୍ୟ ଅଂଳଚରରେ ହାଫ୍ ମାରାଥନ୍ ପଥ (ରୁଟ୍‌)କୁ ଆଗରୁ ଅନୁଶୀଳନ କରି ଏଆଇଏମ୍‌ଏସ୍ ନିକଟରେ ସ୍ୱୀକୃତି ପାଇଁ ସୁପାରିସ କରିଥିଲେ ।

ମୋନାକୋସ୍ଥିତ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଏଆଇଏମ୍‌ଏସ୍ ସାରା ବିଶ୍ୱରେ ମାରାଥନ୍ ଓ ଦୂରଦୌଡ଼ର ପ୍ରତିନିଧିତ୍ୱ କରୁଛି । ଏହି ଅନୁଷ୍ଠାନ ଦ୍ୱାରା ଉକ୍ତ ହାଫ୍ ମାରାଥନ୍ ପଥ ଯାଂଚ କରି ମାନ୍ୟତା ପ୍ରଦାନ କରାଯାଇଛିି ଯାହା ଏହି ପ୍ରତିଯୋଗିତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ । ଏଠାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଏଆଇଏମଏସ୍ ଦ୍ୱାରା ପ୍ରମାଣିତ ହୋଇଥିବାରୁ ଭବିଷ୍ୟତରେ ଯେକୌଣସି ଅନ୍ତର୍ଜାତୀୟ ମାରାଥନରେ ଅଂଶଗ୍ରହଣ କରିପାରିବେ ।

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍ ୨୦୨୪ ଫେବ୍ରୁଆରି ୪ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଢେଙ୍କାନାଳ ସହର ନିକଟସ୍ଥ କପିଳାସ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟ ଅଂଚଳରେ ଆୟୋଜନ କରାଯିବ । ଏହି ହାଫ୍ ମାରାଥନ୍‌ରେ ୧୯ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗ ଲାଗି ୨୧ କିମି ଓ ୧୦ କିମି ଏବଂ ୧୪-୧୯ ବର୍ଷ ବୟସର ପିଲାମାନଙ୍କ ପାଇଁ ୫ କିମି ଭଳି ତିନିଟି ଦୌଡ଼ ବର୍ଗ ରହିବ ।

୨୦୨୩ ଡିସେମ୍ବର ୨୮ରେ ଏହି ହାଫ୍ ମାରାଥନ୍ ସମ୍ପର୍କର ଢେଙ୍କାନାଳ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଶ୍ରୀ ମନୋରଂଜନ ମଲ୍ଲିକ ଆନୁଷ୍ଟାନିକ ଭାବେ ଘୋଷଣା କରିଥିବା ବେଳେ ସେହି ଅବସରରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍ ପାଇଁ ପଞ୍ଜୀକରଣ ଖୋଲା ରହିଛି । ‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭ’ ଭିତିରେ ଏହି ପଞ୍ଜୀକରଣ ଚାଲିଥିବା ବେଳେ ସୀମିତ ସଂଖ୍ୟକ ସ୍ଲଟ୍ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

fifteen − ten =