ଆହତ ଯୁବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ପାଣ୍ଡିଆନ

ପୁରୀ() ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡିରେ ନେଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗତକାଲି ପୁରୀକୁ ଯିବା ସମୟରେ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ନିଜ କାରରେ ବସାଇ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।

ଘଟଣା ଟି ଥିଲା ଏମିତି କି ଟିଭିଏସ ସୋ-ରୁମରେ କାର୍ଯ୍ୟ କରୁଥିବା ହଲାଦିଆର ଅନ୍ନପୂର୍ଣ୍ଣା ସାହୁ ନାମକ ଜଣେ ଯୁବତୀ ଏକ ମୋପେଡ଼ରେ ଯିବାବେଳେ , ମାଳତୀପାଟପୁର ଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ପାଣ୍ଡିଆନ ପୁରୀ ଯାଉଥିଲେ । ଗୁରୁତର ଯୁବତୀଙ୍କୁ ଦେଖି ଅଟକିବା ସହ ନିଜ ଗାଡିରେ ବସାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପାଣ୍ଡିଆନଙ୍କୁ ଡାକ୍ତରଖାନା ମଧ୍ୟରେ ଦେଖି ଉତ୍ପରତା ପ୍ରକାଶ ପାଇଥିଲା ।

ଖବର ପାଇ କୁମ୍ଭାରପଡା ଥାନା ଆଇଆଇସି ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ । ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ କହି ପାଣ୍ଡିଆନ ତାଙ୍କ ଗାଡିରେ ଚାଲିଯାଇଥିଲେ । ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରୁଥିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

2 × four =