ଏୟାରଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଡୋମେଷ୍ଟିକ୍ ଓ ଆନ୍ତର୍ଜାତିକ ବିମାନରେ ଯାତ୍ରା କରୁଥିବା ଅଣପ୍ରାପ୍ତବୟସ୍କ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସେବା

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ୫ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉତ୍ସର୍ଗୀକୃତ ଓ ସୁରକ୍ଷିତ ଯାତାୟାତ ପାଇଁ ଅଣପ୍ରାପ୍ତବୟସ୍କଙ୍କ ପାଇଁ କେହିସାଥିରେ ନଥିବା ସେବାର ଶୁଭାରମ୍ଭ କରାଯାଇଛି । ସେମାନେ ସୁରକ୍ଷିତ ଭାବେ ପ୍ରତ୍ୟକ୍ଷ ରୁଟ୍‌ରେ ଯାତାୟାତ କରିପାରିବେ । ପୂର୍ବରୁ ଏହି ସେବା ଆନ୍ତର୍ଜାତିକ ରୁଟ୍‌ରେ ପ୍ରଦାନ କରାଯାଉଥିବା ବେଳେ ଏବେ ଡୋମେଷ୍ଟିକ୍ ବିମାନକୁ ତାହା ସମ୍ପ୍ରସାରଣ କରାଯାଇଛି । ଏହା ଜରିଆରେ ଏଭଳି ବୟସର ପିଲାମାନେ ଯାତ୍ରା କରିବା ବେଳେ ଅଭିଭାବକ ଓ ଦାୟିତ୍ୱ ନେଇଥିବା ବ୍ୟକ୍ତି ମାନସିକ ଶାନ୍ତି ପାଇବେ ଏବଂ ଯାତ୍ରୀମାନେ ମଧ୍ୟ ବିମାନ ଯାତ୍ରାକୁ ଉପଭୋଗ କରିପାରିବେ । ୱେବସାଇଟ୍ ବସକ୍ସସଦ୍ଭୟସବରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ.ମକ୍ଟଜ୍ଞରେ କିମ୍ବା ବିମାନବନ୍ଦରର ବିକ୍ରି କାଉଂଟରରେ ଅଣପ୍ରାପ୍ତବୟସ୍କ ଯାତ୍ରୀଙ୍କ ଟିକଟ ବୁକିଂ କରିହେବ ଯାହାର ଦାମ୍ ୫୦୦୦ ଟଙ୍କାରୁ ଆରମ୍ଭ ହୋଇଛି ।
ଅଣପ୍ରାପ୍ତବୟସ୍କ ଯାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ସୁରକ୍ଷା ଯାଂଚ ପୂର୍ବରୁ ଏୟାରଲାଇନ୍ସର ଷ୍ଟାଫ୍‌ମାନେ ଟର୍ମିନାଲ୍‌ରେ ସେମାନଙ୍କୁ ଗ୍ରହଣ କରିବେ ଏବଂ ବିମାନବନ୍ଦରର ସମସ୍ତ କାର୍ଯ୍ୟଗୁଡ଼ିକୁ ତୁଲାଇବାରେ ସାହାଯ୍ୟ କରିବେ । ଆଗମନ ଓ ପ୍ରସ୍ଥାନ ସମୟର ଯାଂଚ ପାଇଁ ଶିଶୁ ଓ ତାଙ୍କ ଅଭିଭାବକ ଓ ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ବୈଧ ଫଟୋ ପରିଚୟପତ୍ର ରହିଥିବା ଦରକାର ଏବଂ ବିମାନ ଛାଡ଼ିବାର ଦୁଇ ଘଂଟା ପୂର୍ବରୁ ଅଭିବାବକ କିମ୍ବା ଦାୟିତ୍ୱ ନେଇଥିବା ବ୍ୟକ୍ତି ଶିଶୁଙ୍କୁ ବିମାନ ବନ୍ଦର ପର୍ଯ୍ୟନ୍ତ ସାଙ୍ଗରେ ଆଣିବେ । ଗନ୍ତବ୍ୟ ସ୍ଥଳରେ ଶିଶୁ ଜଣକ ନିଜ ଅଭିଭାବକ କିମ୍ବା ଦାୟିତ୍ୱ ନେବାକୁ ଥିବା ବ୍ୟକ୍ତିଙ୍କ ପାଖରେ ନପହଂଚିବା ପର୍ଯ୍ୟନ୍ତ ଏୟାରଲାଇନ୍ସ ଷ୍ଟାଫ୍ ସେମାନଙ୍କ ପାଖରେ ରହିବେ ।
ଏହି ଅବସରରେ ଚିଫ୍ କମର୍ସିଆଲ୍ ଅଫିସର ଅଙ୍କୁର ଗର୍ଗ କହିଛନ୍ତି ଯେ, “ଆମ ଅତିଥିଙ୍କ ଗମନାଗମନ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ସର୍ବଦା ଚାହୁଛୁ । ସମସ୍ତ ଡୋମେଷ୍ଟିକ୍ (ଘରୋଇ) କ୍ଷେତ୍ରରେ ଅନଆକମ୍ପାନିଟ୍ ମାଇନର ସେବାକୁ ସମ୍ପ୍ରସାରଣ କରାଯାଇଥିବାରୁ ଆମେ ଯୁବ ଯାତ୍ରୀଙ୍କୁ ଏକାକୀ ଯାତ୍ରା ବେଳେ ଆରାମଦାୟକ ଓ ଆତିଥେୟତାପୂର୍ଣ୍ଣ ବିମାନ ଯାତ୍ରା ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଯୁବ ଯାତ୍ରୀଙ୍କ କଲ୍ୟାଣ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହୋଇଥିବା ବେଳେ ଆମର ଉତ୍ସର୍ଗୀକୃତ ଷ୍ଟାଫ୍ ଚେକ୍‌-ଇନ୍‌ରୁ ଆଗମନ ପର୍ଯ୍ୟନ୍ତ ଯୁବ ଯାତ୍ରୀଙ୍କୁ ଏକ ନିରବଚ୍ଛିନ୍ନ ଓ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବେ ।’’
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏଆଇଏକ୍ସ କନେକ୍ଟ ମଧ୍ୟରେ ମିଶ୍ରଣ ପରେ ପ୍ରଦାନ କରାଯାଉଥିବା ବ୍ୟାପକ ସମନ୍ୱିତ ସେବା ମଧ୍ୟରୁ ଏହା ହେଉଛି ଅନ୍ୟତମ । ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଓଭେନ୍‌-ହଟ୍ ଭୋଜନ, ଶିଶୁ ଭୋଜନ, ସୁସ୍ଥକର, ଭେଗାନ ଓ ଜୈନ ଭୋଜନ, ମାଷ୍ଟରସେଫ୍ ସ୍ୱତନ୍ତ୍ର, ଆଂଚଳିକ ସ୍ୱତନ୍ତ୍ର, ଦିନତମାମ ଜଳଖିଆ, ଋତୁଭିତିକ ଫଳ, ହାଲୁକା ଭୋଜନ ଓ ସୁସ୍ୱାଦୁ ଡେଜର୍ଟ ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

six − 2 =