ନଭେମ୍ବର 13ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର () ଆସନ୍ତା ନଭେମ୍ବର 13 ତାରିଖରୁ ଷୋଡଷ ବିଧାନସଭାର ଦ୍ବିତୀୟ ଅଧିବେଶ ବା ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ହିଁ 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି 30ଟି କାର୍ଯ୍ୟଦିବସ । 17 ତାରିଖରୁ ଅତିରିକ୍ତ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ । ନଭେମ୍ବର 25 ତାରିଖରେ ଅତିରିକ୍ତ ଖର୍ଚ୍ଚଦାବି ଉପରେ ବ୍ୟୟମଂଜୁରୀ ବିଲ ଆଗତ ହେବ । 30ଟି କାର୍ଯ୍ୟଦିବସ ମଧ୍ୟରୁ 25ଟି ସରକାରୀ ଓ 5ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଶୀତ ଅଧିବେଶ ପାଇଁ ରାଜ୍ୟପାଳଙ୍କ ମଂଜୁରୀ ମିଳିବା ପରେ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

15 + 20 =