ମାସକ ପୂର୍ବରୁ ଅବସର ନେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ୱର() ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଗଗନ କୁମାର ଧଳ ଆଜି ଆନୁଷ୍ଠାନିକ ଭାବେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସୋମବାର ସାଧାରଣ ପ୍ରଶାସନ (ଜିଏ)ବିଭାଗ ଏହି ସୂଚନା ଦେଇଛନ୍ତି। ଅନେକ ଦିନରୁ ଭିଆରଏସ୍ ଲାଗି ଆବେଦନ କରିଥିଲେ। ଏଥିଲାଗି ସେ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଗଗନ କୁମାର ଧଳ କୃଷି ଉତ୍ପାଦନ କମିଶନ ଭାବେ ଅବସ୍ଥାପିତ ଥିବା ବେଳେ ଗତ ଅଗଷ୍ଟମାସରେ ତାଙ୍କର ବଦଳି ହୋଇଥିଲା। ଏଥିରେ ତାଙ୍କୁ ଓଏଫଡିସିର ଅଧ୍ୟକ୍ଷ ନିଯୁକ୍ତ କରାଯବା ସହ ତାଙ୍କ ପଦବୀକୁ ମୁଖ୍ୟ ଶାସନସଚିବ ତୁଲ୍ୟ ବୋଲି ଘୋଷଣା କରାଯାଇଥିଲା। ତେବେ ସେତେବେଳେ ଧଳ ଭିଆରଏସ ଲାଗି ନିବେଦନ କରିଥିଲେ।

Share

Leave a Reply

Your email address will not be published. Required fields are marked *

3 + 11 =