ପିଆଜ ବିକୁଛି କଂଗ୍ରେସ

ଭୁବନେଶ୍ୱର()  ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ । କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କ ଲାଗିଛି ଲମ୍ବା ଲାଇନ ।

ପଲିଥିନ ନୁହେଁ ବରଂ କାଗଜରେ ଗୋଡାଇ ପିଆଜ ବିକୁଛି କଂଗ୍ରେସ । ସେପଟେ ପିଆଜ ବିକି ନବୀନ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ପିଆଜ ଭିତିରେ ମୋଦି-ନବୀନଙ୍କ ଫଟୋ ରଖି ଫଟୋ ତଳେ ୫୦ ଟଙ୍କା ଲେଖାଏଁ ଲେଖି କେଜି ୧୦୦ ଟଙ୍କା ବୋଲି ଦର୍ଶାଇଛି କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

three × 2 =