ରାଜ୍ୟରେ କ୍ରୀଡାର ବିକାଶକୁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର () ରାଜ୍ୟରେ କ୍ରୀଡାର ବିକାଶ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜଜୁ । ଏଥିସହ ଆସନ୍ତା ବର୍ଷ ଓଡିଶାରେ ୟୁନିଭରସିଟି ଗେମର ଆୟୋଜନ ପାଇଁ ସେ ପ୍ରସ୍ତାବ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିରେ ସହମତି ପ୍ରକାଶ କରିଛନ୍ତି ।

କ୍ରିଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସେ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ, ଓଡିଶା କ୍ରିଡାର ଏକ ହବ ହୋଇଛି । କ୍ରିଡାର ବିକାଶରେ ରାଜ୍ୟର ଦକ୍ଷତାରେ ସେ ସନ୍ତୋଷ କରିଛନ୍ତି । ଓଡିଶା ଏକ କ୍ରୀଡା ପୋଟେନସନିଆ ରାଜ୍ୟ । ରାଜ୍ୟରେ କ୍ରୀଡାର ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =