କଟକବାସୀଙ୍କୁ ରଜ ଭେଟି, ଖୋଲିଲା ଦୁଇଟି ସିଏନଜି ଷ୍ଟେସନ

କଟକ, (ନିପ୍ର) କଟକ ସହର ଠାରେ ଦୁଇଟି ସିଏନଜି ଫିଲିଂ ଷ୍ଟେସନ ଉଦଘାଟନ କରି କଟକ ସହରରେ ସିଏନଜି ଷ୍ଟେସନ ଓ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ହେଲେ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କଟକ ସହରର ପ୍ରତି ପରିବାରକୁ ଦେଢ ହଜାରରୁ ସାତ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଖର୍ଚ କମ କରା ଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଡିଏର ବିଶାଲ ଫିଲିଂ ଷ୍ଟେସନ ଠାରେ ସିଏନଜି ଷ୍ଟେସନ ଉଦଘାଟନ କରିବା ପରେ ଏକ ବିଶାଳ ଅଟୋ ରିକ୍ସା ପଟୁଆରରେ ସିଦ୍ଧି ବିନାୟକ ଫିଲିଂ ଷ୍ଟେସନ ବିଦ୍ୟାଧରପୁର ଠାରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ  । ସେଠାରେ ଆଉ ଏକ ଷ୍ଟେସନର ଶୁଭ ଉଦଘାଟନ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କଟକ ସହରବାସୀଙ୍କୁ ସିଏନଜି ଷ୍ଟେସନ ମୋଦି ସରକାରଙ୍କର ରଜ ଭେଟି । ଜଣେ ଅଟୋ ଚାଳକ ମାସକୁ ୩ରୁ ସାଢେ ୩ ହଜାର ଟଙ୍କାର ଇନ୍ଧନ ଖର୍ଚ କମ କରି ପାରିବ । ଖୁବଶୀଘ୍ର ଓଡିଶାରେ ଆଉ ପାଂଚଟି ନୂଆ ଷ୍ଟେସନ କାର୍ଯ୍ୟକାରୀ ହେବ । କଟକ ସହରରେ ଖୁବ ଶୀଘ୍ର ମ୍ୟୁନିସିପାଲଟିର ପାଇପ ଯୋଗେ ପାଣି ପରି ଗ୍ୟାସ ଘରେ ଘରେ ପହଂଚିବ । ଏଲପିଜି ଠାରୁ ସିଏନଜି ଶସ୍ତା ସୁବିଧା ଓ ସୁରକ୍ଷିତ ହେବ । ଓଡିଶାର ଧାମରାରୁ ଉତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଥିବା ଗ୍ୟାସ ପାଇପ ଲାଇନ ଓଡିଶାର ୧୯ଟି ଜିଲ୍ଲାରେ ବିସ୍ତାରିତ ହୋଇ କେବଳ ପାଇପ ଯୋଗେ ରୋଷେଇ ଗ୍ୟାସ ଓ ଦୁଇ ଚକିଆ, ଚାରି ଚକିଆ ଯାନ ପାଇଁ ଇନ୍ଧନ ନୁହେଁ ଶିଳ୍ପ ସଂସ୍ଥା ମାନଙ୍କୁ ସ୍ବଚ୍ଛ ଇନ୍ଧନ ଯୋଗାଇବା ସହ ଶିଳ୍ପ ସଂସ୍ଥା ମାନଙ୍କର ଖର୍ଚ କମ କରିବା ସହ ପରିବେଶକୁ ସୁରକ୍ଷିତ କରିବ ।

ପୂର୍ବରୁ ପ୍ରଦୂଷଣ ରୋକିବା ପାଇଁ ନ୍ୟାୟାଳୟ ମାନେ ହସ୍ତକ୍ଷେପ କରି ସରକାରଙ୍କୁ ସିଏନଜି ଯୋଗାଇବା ପାଇଁ ନିର୍ଦେଶ ଦେଉଥିଲେ । ମାତ୍ର ମୋଦି ସରକାର ତ୍ୱରିତ ପଦକ୍ଷେପ ନେଇ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 2 =