ବାପା ହେଲେ କମେଡି କିଙ୍ଗ

ମୁମ୍ବାଇ() ବାପା ହେଲେ କମେଡି କିଙ୍ଗ କପିଲ୍ ଶର୍ମା। ପତ୍ନୀ ଗିନ୍ନି ଚତର୍ଥ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଆଜି ଭୋର୍ ୩ଟା ୨୩ରେ କପିଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

କପିଲ୍ ଓ ଗିନ୍ନିଙ୍କ ବାହାଘର ଗତ ଡିସେମ୍ବର ୧୫ ତାରିଖରେ ହୋଇଥିଲା। କପିଲ୍ଙ୍କ ହୋମ୍ଟାଉନ୍ ଅମୃତସର୍ରେ ଏହି ବାହାଘର ହୋଇଥିଲା। ଏମାନେ ଦୁଇ ଥର ବାହା ହୋଇଥିଲେ। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଏପରିକି ଦୁଇଟି ରିସେପ୍ସନ୍ ମଧ୍ୟ ହୋଇଥିଲା। ଗୋଟିଏ ମୁମ୍ବାଇରେ ଓ ଆଉଗୋଟେ ଅମୃତସର୍ରେ।

ଦିଆ ମିର୍ଜା, ଅକ୍ଷୟ କୁମାର୍, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହ୍ୱାଲ୍ଙ୍କ ପରି ଅନେକ ବଲିଉଡ୍ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍ଙ୍କୁ ଟ୍ୱିଟ୍ରରେ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

seven − 1 =