ଆଜି ପବିତ୍ର ସାବିତ୍ରୀ ବ୍ରତ

ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଜ୍ୟୈଷ୍ଠ ଅମାବାସ୍ୟା ରେ ପ୍ରତ୍ୟେକ ବର୍ଷ ପାଳନ ହୁଏ ଏହି ଓଷା । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । କୋରୋନା କଟକଣା କୋହଳ ହେବା ପରେ ଆଜି ମନ୍ଦିର ଯାଇ ପ୍ରାଣନାଥଙ୍କ ପାଇଁ ପୂଜା କରିଛନ୍ତି ପତ୍ନୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ ।

ଓଡିଆ ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ସ୍ବାମୀଙ୍କ ଦୀର୍ଘ ଜୀବନ ମନାସି ସାବିତ୍ରୀ ବ୍ରତ ପାଳିଥାନ୍ତି । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ସଜେଇବା ସହ ନିଜେ ଶଙ୍ଖା ସିନ୍ଦୁର ରଙ୍ଗବେରଙ୍ଗର ଶାଢୀ ପିନ୍ଧି ମନ୍ଦିର ଯାଇଥାନ୍ତି । ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରାଯାଏ ।

Share

Leave a Reply

Your email address will not be published. Required fields are marked *

eight − 6 =