ରେଳମନ୍ତ୍ରୀ ଙ୍କୁ ଭେଟି ଦାବିପତ ଦେଲେ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ

ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ ତରଫରୁ ତା ୨୮:୦୫:୨୦୨୨ ରିଖ ଦିନ ମାନ୍ୟବର ରେଳ ମନ୍ତ୍ରୀ,ଭାରତ ସରକାର ଶ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଓଡିଶା ପ୍ରଦେଶ ଭାଜପା କାର୍ୟ୍ୟାଳୟରେ ଭେଟି ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏବଂ ରେଳକର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା, ଯଥା- ପୂର୍ବତଟ ରେଳ ରେ ଥିବା ଖାଲି ପଦ ପୂରଣ ,କର୍ମଚାରୀ ମାନଙ୍କ ମୌଳିକ ସବିଧାରୁ ବଞ୍ଚିତ ହେବା, ଯଥାଶୀଘ୍ର ରେଲୱେ ରେ ୟୁନିଅନର ମାନ୍ୟତା ପାଇଁ ନିର୍ବାଚନ କରାଇବା ଇତ୍ୟାଦି ବିଷୟରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ରେଳ ମନ୍ତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥିଲେ । ମାନନୀୟ ରେଳମନ୍ତ୍ରୀ ସମସ୍ତ ଦାବି ପୂରଣ ହେବା ନେଇ ପ୍ରତିଶୁତି ଦେଇଥିଲେ।ଏହି ବୈଠକରେ ଜୋନ ର ସଭାପତି ବିଶ୍ବଜିତ ପରିଡ଼ା,କାର୍ୟକାରୀ ସଭାପତି ବିବେକାନନ୍ଦ ସ୍ୱାଇଁ,ସଂଗଠନ ସମ୍ପାଦକ ଶ୍ରୀକାନ୍ତ କୁମାର ଭୂୟାଁ ,ଖୋର୍ଦ୍ଧା ଡିଭିଜନ ର ସମ୍ପାଦକ କୃଷ୍ଣଚନ୍ଦ୍ର ନାହାକ, ସଂଗଠନ ସମ୍ପାଦକ ବିଶ୍ୱମୋହନ ମିଶ୍ର, ମଞ୍ଚେଶ୍ୱର ଶାଖା ସଭାପତି ଦେବଦତ୍ତ ରାୟ, ସମ୍ପାଦକ ତପନ କୁମାର ଦାଶ, କାର୍ୟ୍ୟକର୍ତ୍ତା ପ୍ରଶାନ୍ତ ରାଉତ, ସମୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଭାରତୀୟ ମଜଦୂର ସଂଘ ରାଜ୍ୟ ସଂଗଠନ ସମ୍ପାଦକ ମାନନୀୟ ଗିରିଶ ଚନ୍ଦ୍ର ମହାନ୍ତ ଙ୍କ ମାର୍ଗଦର୍ଶନ ରେ ଏହି ବୈଠକ ସୁଚାରୁ ରୁପେ ସଂପାଦନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

five × three =