ଆଜି କୋଲକାତା-ଚେନ୍ନାଇ ଟକ୍କର

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ । ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଦ୍ୱିତୟ ପର୍ଯ୍ୟାୟର ଖେଳ ଆରମ୍ଭରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଯ୍ଧଳ ଜିତିଛନ୍ତି । ଏଣୁ ଆଜି ଯେଉଁ ଦଳ ଜିତିବ ସେ ହ୍ୟାଟ୍ରିକ ବିଜୟୀ ହେବ । ଆଉ ଯିଏ ହାରିବ ବିଜୟରେ ଲାଗିବ ବ୍ରେକ୍ । ଏଣୁ ଆଜିର ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର ।

ଦ୍ବିତୀୟ ପର୍ୟ୍ୟାୟରେ ନୂଆ ଆତ୍ମବିଶ୍ବାସ ଏବଂ ନୂତନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର୍ ମଧ୍ୟ ଆଉ ଏକ ମନୋବଳବୃଦ୍ଧିକାରୀ ବିଜୟ ହାସଲ କରି ପ୍ଲେ ଅଫ୍ର ଅନ୍ୟତମ ଦାବିଦାର ହେବାକୁ ଚେଷ୍ଟା କରିବ। କେକେଆର୍ ପାଇଁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି। କାରଣ ସେ ସବୁବେଳେ ସିଏସ୍କେ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇ ଆସିଛନ୍ତି। ଅତିରିକ୍ତ ଉଚ୍ଛାଳ ଏବଂ ଅପ୍ରତ୍ୟାଶିତ କୋଣରୁ ବୋଲିଂ କରି ସିଏସ୍କେର ଯୁବ ଓପନର ଋୁତରାଜ ଗାଏକ୍ବାଡ୍, ଫାଫ୍ ଡୁ’ପ୍ଲେସିସ୍, ଅମ୍ବାତି ରାୟୁଡୁ, ସୁରେଶ ରାଇନା ଏବଂ ସ୍ବୟଂ ଧୋନିଙ୍କୁ ପରୀକ୍ଷାରେ ପକାଇବାର ଦକ୍ଷତା ରଖନ୍ତି ସେ।

Share

Leave a Reply

Your email address will not be published. Required fields are marked *

14 + 19 =