ନଭେମ୍ବର 30 ସୁଦ୍ଧା ସରିବ ଏକାମ୍ର କ୍ଷେତ୍ର ବିକାଶ କାମ

ଭୁବନେଶ୍ୱର () ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟ ଆସନ୍ତା ଶିବରାତ୍ରି ଅର୍ଥାତ ନଭେମ୍ବର 30 ସୁଦ୍ଧା ଶେଷ ହେବ । ଆଜି ଭୋର 5ଟାରୁ ଲିଙ୍ଗରାଜ କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିବାକୁ ଯାଇ 5T ସଚିବ ଭି କେ ପାଣ୍ଡିୟାନ ଏହି ନିର୍ଦେଶ ଦେଇଛନ୍ତି । ଏକାମ୍ର ଖଗେଟର ବିକାଶ ସହ ବିଶ୍ବ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ 80 ପ୍ରତିଶତ ଜମି ଅଧିଗ୍ରହଣ ସାରିଲାଣି । 

5T ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ମଧ୍ୟ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ । ପାଣ୍ଡିୟାନ ଏକାମ୍ର କ୍ଷେତ୍ରର ଭିତ୍ତିଭୂମି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ।  ଏପରିକି ଲିଙ୍ଗରାଜ କ୍ଷେତ୍ର ବିକାଶ ଯୋଜନା ସମ୍ପର୍କିତ ମ୍ୟାପକୁ ମଧ୍ୟ ତର୍ଜମା କରିଥିଲେ । 

ଏଥିସହ ସେ ତୀର୍ଥକ୍ଷେତ୍ର ବିନ୍ଦୁସାଗର ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ । ଆସନ୍ତା ଶିବରାତ୍ରି ପୂର୍ବରୁ ଜମି ଅଧିଗ୍ରହଣ ସାଙ୍ଗକୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ସଂପ୍ରସାରଣ କାର୍ଯ୍ୟ ସାରିବାକୁ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି । 

ପୁରୀ ଶ୍ରୀମନ୍ଦିର ପରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ କ୍ଷେତ୍ରର ବିକାଶ ଯୋଜନା ଚୂଡାନ୍ତ କରିଛନ୍ତି । ଏହି କ୍ଷେତ୍ରର ବିକାଶ ସହ ଭକ୍ତମାନେ ସୁରୁଖୁରରେ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୂର୍ବରୁ 20 ହଜାର ଭକ୍ତ ଶିବରାତ୍ରିରେ ମହାଦୀପର ଦର୍ଶନ କରିପାରୁଥିବା ବେଳେ ଏବେ 2 ଲକ୍ଷ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି । 

Share

Leave a Reply

Your email address will not be published. Required fields are marked *

four × 2 =