୯୫% ଲୋକଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା

ଗଜପତି() କରୋନା ଯୋଗୁଁ ଗଜପତିରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆଜି ଆସିଛି । ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏନେଇ ଆରଏମଆରସିର ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ସୂଚନା ଦେଇଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘ ୩ଟି ବର୍ଗକୁ ନେଇ ୫ଟି ଟିମ୍ ସିରୋ ସର୍ଭେ କରିଥିଲା । ୧୫ରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସିରୋ ସର୍ଭେ ଚାଲିଥିଲା । ଏହି ସରୋ ସର୍ଭେ ଦ୍ୱାରା ୧୫୧୫ ନମୁନା ସଂଗ୍ରହ କରାଯାଇଥିଲା । ମହିଳା ଓ ଝିଅଙ୍କ ନିକଟରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି । ୯୫% ଲୋକଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା । ୫ ଅକ୍ଟୋବରରୁ ମାଲକାନଗିରିରେ ସିରୋ ସର୍ଭେ କରାଯିବ ।’ ଏହା ସହ କରୋନାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ସିରୋ ସର୍ଭେ କରାଯିବ ବୋଲି ସଙ୍ଘମିତ୍ରା ପତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − eight =