ହାଇୱାକୁ ଧୋକା ଦେଲା ଟ୍ରେନ

ଜଗତସିଂହପୁର: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ କୋଇଲା ବୋଝେଇ ହାଇଓ୍ବାକୁ ଧକ୍କା ଦେଲା ଟ୍ରେନ୍ । ଦୁର୍ଘଟଣାରେ ଧକ୍କାରେ ହାଇଓ୍ବାଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ ମାର ହୋଇଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର ହଜାର ଟ୍ରକ୍ ଯାତାୟତ କରୁଥିଲେ ମଧ୍ୟ କେହି ଜଗୁଆଳ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ଟ୍ରେନ୍ ଆସିଲେ ସତର୍କତା ପାଇଁ କେବଳ ଏକ ସାଇରନ୍ ବାଜୁଛି । ଫଳରେ ଯାତାୟାତ କରୁଥିବା ଭାରିଯାନଗୁଡିକ ଅଧିକାଂଶ ସମୟରେ ଉକ୍ତ ସାଇରନକୁ ଶୁଣିନପାରିବାରୁ ଦୁର୍ଘଟଣା ଘଟୁଛି । ଏଥିପ୍ରତି ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

Share

Leave a Reply

Your email address will not be published. Required fields are marked *

two × five =