ମାଡି ଆସୁଛି ତାତି: ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା, ଆଗକୁ ଆହୁରି ବଢ଼ିବ

ମାର୍ଚ୍ଚ ନସୁରୁଣି ବଢିଳାଣି ତାତି। ରାତିରେ ହାଲୁକା ଥଣ୍ଡା ରହୁଥିବା ବେଳେ ସକାଳୁ କୁହୁଡି ବି ରହୁଛି। କିନ୍ତୁ ୯ଟା ପରେ ଆରମ୍ଭ ହୋଇଯାଉଛି ଗରମ। ସେତେ ଲାଗୁଛି ଯେମିତି ଗ୍ରୀଷ୍ମଋତୁ ପ୍ରକୋପ ଏବେଠାରୁ ଦେଖାଦେଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାତି । ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହୁଛି। ଆଗକୁ ଏହି ତାପମାତ୍ରା ଆହୁରି ବଢ଼ିପାରେ । ଗତ ୨୪ ଘଣ୍ଟା ଭିତରେ ୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୬. ୧ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

 
 

ସେହିପରି ଝାରସୁଗୁଡ଼ା, ତାଳଚେର ଓ ବଲାଙ୍ଗୀରରେ ୩୬ ଡିଗ୍ରୀ ସେଲସିୟସ ଓ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରହିଛି

Share

Leave a Reply

Your email address will not be published. Required fields are marked *

12 − nine =