ବିଧାନସଭା ମେଡ଼ିକାଲ ଅଫିସର ନିଲମ୍ବନ

ଭୁବନେଶ୍ୱର () ବିଧାନସଭା ମେଡ଼ିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ । ଲଳିତ ବିନା ଅନୁମତିରେ ଭୁବନେଶ୍ୱର ଛାଡ଼ି ଯାଇପାରିବେ ନାହିଁ ବୋଲି ତାଙ୍କୁ ନିର୍ଦ୍ଦେଶ ହୋଇଛି ।

ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ଡିସପେନସାରି ଆସିଥିଲେ । ସେ ୧୬ତାରିଖରେ ଆକ୍ରାନ୍ତ ଜଣକ ବିଧାନସଭା ଆସିଥିବା ସୂଚନା ରହିଛି । ତୃତୀୟ କରୋନା ରୋଗୀଙ୍କୁ ଚିକିତ୍ସା କରିଥିଲେ ଡାକ୍ତର ଲଳିତ । କିନ୍ତୁ ଏହି ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ନେଇ ନଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + five =