ଜିରୋ କାଜୁଆଲିଟି ଲକ୍ଷ୍ୟ : ସ୍ଥାନାନ୍ତରିତ ହେବେ 11 ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ବର () ଭୟଙ୍କର ରୂପରେ ଫନି ଓଡିଶା ଉପକୂଳକୁ ମାଡି ଆସୁଥିବାରୁ ରାଜ୍ୟ ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ବିପଦ ଶଙ୍କୁଳ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । 15ଟି ଉପକୂଳ ଜିଲ୍ଲାରେ 11 ଲକ୍ଷ 54 ହଜାର 475 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ।

ଗଞ୍ଜାମ ଜିଲ୍ଲାରେ 2ଲକ୍ଷ 81 ହଜାର 50ଜଣଙ୍କୁ, ଭଦ୍ରକ ଜିଲ୍ଲାରେ 45ହଜାର, ବାଲେଶ୍ବର ଜିଲ୍ଲାରେ 58 ହଜାର 493, କେନ୍ଦ୍ରାପଡାରେ 50 ହଜାର, ଜଗତସିଂହପୁରରେ ଏକ ଲକ୍ଷ, ପୁରୀରେ 1ଲକ୍ଷ 30ହଜର, କଟକରେ ଏକ ଲକ୍ଷ, ଖୋର୍ଦ୍ଧାରେ 1ଲକ୍ଷ 19 ହଜାର 576, ଯାଜପୁରରେ 1ଲକ୍ଷ 30 ହଜାର, ମୟୁରଭଂଜରେ 70 ହଜାର, କନ୍ଧମାଳରେ 4ହଜାର, ଗଜପତିରେ 25 ହଜାର 217, ନୟାଗଡରେ 30 ହଜାର 498, ରାୟଗଡାରେ 10 ହଜାର 141 ଏବଂ କୋରାପୁଟରେ 500 ଜଣ ଏମିତି 11 ଲକ୍ଷ 54 ହଜାର 475 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ।

ସେ ମଧ୍ୟରୁ ଗଂଜାମରେ 1ଲକ୍ଷ 82 ହଜାର 815ଜଣ, ଭଦ୍ରକରେ 24ହଜାର 600, ବାଲେଶ୍ବରରେ 7837ଜଣଙ୍କୁ, କେନ୍ଦ୍ରାପଡାରେ 1600ଜଣଙ୍କୁ, ଜଗତସିଂହପୁରରେ 20 ହଜାର, ପୁରୀରେ 22 ହଜାର 250, କଟକରେ 8726 ଜଣ, ଖୋର୍ଦ୍ଧାରେ 4993 ଜଣ, ଯାଜପୁରରେ 29 ହଜାର 500 ଜଣ, କନ୍ଧମାଳରେ 900 ଜଣ, ଗଜପତିରେ 20 ହଜାର 91 ଜଣ, ନୟାଗଡରେ 982 ଜଣ, ରାୟଗଡାରେ 7ହଜାର 500 ଜଣ ଏମିତି ଏବେ ସୁଦ୍ଧା 3 ଲକ୍ଷ 31 ହଜାର 794ଜଣଙ୍କୁ ସ୍ଥାନାନ୍ତର କରାଯାଇ 4 ହଜାର 852 ଟି ଆଶ୍ରୟସ୍ଥଳରେ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen − nine =