‘ଫନି’ ପାଇଁ ବିମାନ ସେବା ବନ୍ଦ

ଆସନ୍ତାକାଲି ସକାଳ ୮ଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ଫନି’। ଦିନ ୧୨ ଯାଏଁ ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବ । ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ସତର୍କତା ଦୃଷ୍ଟିରୁ ବିମାନ ସେବାକୁ ବନ୍ଦ ରଖାଯାଇଛି । ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବାତ୍ୟା ଫନିର ପ୍ରଭାବକୁ ନେଇ ଆଶଙ୍କା କରି ଭୁବନେଶ୍ୱର ଏବଂ କୋଲକାତା ପାଇଁ ବିମାନ ଉଡ଼ାନ ସମୟରେ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ସ୍ଥାନକୁ ମେ ୨ ତାରିଖରୁ ମେ ୫ ତାରିଖ ମଧ୍ୟରେ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାନ ସମୟରେ ପରିବର୍ତ୍ତନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 + six =