ଫୋନି ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ବର()   ସାରା ବିଶ୍ୱର ନଜର ବାତ୍ୟା ଫୋନି ଉପରେ ରହିଛି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟରେ ୨୪ ଘଂଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଲୋକଙ୍କ ସୁବିଧା ଦୃଷ୍ଟିରୁ ସିପ୍ଟରେ କାମ କରୁଛନ୍ତି । ୧୩ ଟି ବାତ୍ୟା ପ୍ରଭାବ ଥିବା ଆଶଙ୍କା ଜିଲ୍ଲା ପାଇଁ ଅଫିସର ନିୟୋଜିତ ହୋଇଛନ୍ତି । ସେଠାରେ ସିଡ଼ିଏମଓ ଓ କଲେକ୍ଟର ମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗର୍ଭବତୀଙ୍କୁ ନିକଟବର୍ତ୍ତୀ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସମ୍ପୃକ୍ତ ଆଶ୍ରୟସ୍ଥଳୀରେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି ।

ବାତ୍ୟା ବା ବନ୍ୟା ସମୟରେ ସେମାନେ କିପରି ଅସୁବିଧାରେ ନପଡ଼ିବେ ସେଥିପ୍ରତି କଡ଼ା ନଜର ରଖାଯାଇଛି । ଲୋକଙ୍କୁ ପ୍ରଚୁର ପରିମାରଣ ବ୍ଲିଚିଂ ପାଉଡ଼ର, ହାଲୋଜେନ ଟାବଲେଟ୍ ଓଆରଏସ୍ ପ୍ୟାକେଟ୍, ଡାଇରିଆ ମେଡ଼ିସିନ୍,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିସାରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଭିନ୍ନ ସିଏସଇକୁ ମେଡ଼ିସିନ୍ ପଠାଯାଇଛି । ପ୍ରତି ବ୍ଲକରେ ୨ଟା ମୋବାଇଲ ଭ୍ୟାନ୍ ରହିଛି । ଅସୁବିଧା ସ୍ଥଳରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛି ମୋବାଇଲ ଭ୍ୟାନ୍ ।

Share

Leave a Reply

Your email address will not be published. Required fields are marked *

two + three =