ପୁରୀରୁ ୩୩୦ କିମି ଦୂରରେ ବାତ୍ୟା ଫୋନି

ପୁରୀ ଠାରୁ ବର୍ତ୍ତମାନ ସମୟରେ ୩୩୦ କିମି ଦୂରରେ ରହିଛି ବାତ୍ୟା । ଅନ୍ୟପଟେ ବିଶାଖାପାଟଣା ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟାର ଫୋନି । ତେବେ ଆସନ୍ତାକାଲି ୧୦ଟାରୁ ୧୨ ଟା ଭିତରେ ଫନି ଲ୍ୟାଣ୍ଡଫଲ କରିବ ବୋଲି । ଆଉ ଏହି ସମୟରେ ଘଂଟା ପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ୨୦୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ହେଉଥିଲା ।

ତେବେ ଏହି ପରୀପେକ୍ଷୀରେ ମୁଖ୍ୟମନ୍ତ୍ରୀ ୮ଟି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଡାକି ଏକ ସମୀକ୍ଷା ବୈଠକ କରି ଆଲୋଚନା କରିଛନ୍ତି । ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ବିଶେଷ କରି ଟେଲିକମ କଂପାନୀର ଅପରେଟର ଯଥା- ବିଏସଏନଏଲ, ଭୋଡାଫୋନ, ଏୟାରଟେଲ ଏବଂ ଜିଓ ସମସ୍ତଙ୍କୁ ଏହି ବୈଠକରେ ଡାକି ସେମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

14 + 8 =