ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ପ୍ୟାକେଜ

2013 ଥଇଥାନ ନୀତି ସହ ସ୍ବତନ୍ତ୍ର କ୍ଷତିପୂରଣ ଓ ସହାୟତା

 ଭୁବନେଶ୍ବର () ଶ୍ରୀମନ୍ଦିରର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ବ ଐତିହ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ 23 ତାରିଖରେ ଏକ ପ୍ୟାକେଜ ଘୋଷଣା କରିଥିଲେ । ଏହି ଜୋନରେ ଥିବା ଜମି ଓ ଅନ୍ୟାନ ସମ୍ପତ୍ତି ଅଧିଗ୍ରହଣ ପାଇଁ 2013 ଜମି ଅଧିଗ୍ରହଣ ଆଇନ ସହିତ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି ।

ଏହି ନୀତି ଅନୁଯାୟୀ ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ 2013 ସହିତ ସ୍ବତନ୍ତ୍ର ଥଇଥାଇ ଓ କ୍ଷତିପୂରଣ ଦିଆଯିବ । ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ 50 ହଜାର ଟଙ୍କା ତୁରନ୍ତ ସହୟତା ଦିଆଯିବ । ବିସ୍ଥାପିତ ପରିବାରଗୁଡିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ 10 ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ । ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ପୁନର୍ବାସ ଯୋଜନାରେ ପ୍ରତ୍ୟେକ ବିସ୍ଥାପିତ ପରିବାର ପାଇଁ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିବାକୁ ସୁଯୋଗ ଦିଆଯାଇଛି । ପ୍ରଥମଟି ହେଲା ଗୋଟି ପରିବାର ଏକକାଳୀନ 30 ଲକ୍ଷ ଟଙ୍କାର ସହାୟତା ନେଇପାରିବେ । ଦ୍ବିତୀୟରେ ମନ୍ଦିରର 1.5 କିଲୋମିଟର ଅଂଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ 520 ବର୍ଗଫୁଟ ପରିମିତ ଘର କିମ୍ବା ତୃତୀୟରେ ମନ୍ଦିରର ଦୁଇ କିଲୋମିଟର ମଧ୍ୟରେ 40X20 ଫୁଟର ଏକ ଜାଗା । ଏକକାଳୀନ ସହାୟତା ନେଇଥିବା ପରିବାର ଘରଘଡା ପାଇବେ ନାହିଁ ।

ଦୋକାନ ଘର ଅଧିଗ୍ରହଣ ସହୟତା ଯୋଜନାରେ କ୍ଷତିପୂରଣ ବାବଦରେ ପରିବହନ ଓ ଅନ୍ୟାନ କାର୍ଯ୍ୟ ପାଇଁ ଏକକାଳୀନ 50 ହଜାର ଟଙ୍କା ସହାୟତା ମିଳିବ । ଘରଭଡା ସହୟତା ବାବଦରେ ଦୋକାନ ଘର ପାଇଁ ମଧ୍ୟ 2 ପ୍ରକାର ସହୟତା ଘୋଷଣା କରାଯାଇଛି । ସେମଧ୍ୟରୁ ସେମାନେ ଯେକୌଣସି ଗୋଟିଏ ବାଛିପାରିବେ । ପ୍ରଥମଟି ହେଲା 200 ବର୍ଗ ଫୁଟରୁ କମ 200ରୁ 500 ବର୍ଗଫୁଟ ଏବଂ 500 ବର୍ଗଫୁଟରୁ ଅଧିକ ବିଲ୍ଟ ଅପ ଏରିଆରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ 5ହଜାର, 10ହଜାର ଓ 15 ହଜାର ଟଙ୍କାର ଘରଭଡା ଦିଆଯିବ କିମ୍ବା ଦ୍ବିତୀୟ ପ୍ରସ୍ତାବ ଅନୁଯାୟୀ ଜିଲ୍ଲପାଳଙ୍କ ସହୟତାରେ ପୁରୀର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ । ତେବେ ପୁର୍ନବାସ ସହାୟତାରେ ସୁରକ୍ଷା ଜୋନରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥିଥାନ ବ୍ୟବସ୍ଥା କରାଯିବ ।

ଲଜ ଅଧିଗ୍ରହଣ ଯୋଜନାରେ ଯେଉଁ ଲଜ ଗୁଡିକ 1500 ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ ସହାୟତା ବ୍ୟବସ୍ଥା କରାଯାଇଛି । 3000 ବର୍ଗଫୁଟରୁ ଅଧିକ ଅଂଚଳରେ ଥିବା ଲଜଗୁଡିକୁ 10 ଲକ୍ଷ ଟଙ୍କା େବଂ 3000 ବର୍ଗଫୁଟରୁ କମ ଅଂଚଳରେ ଥିବା ଲଜଗୁଡିକ ପାଇଁ 5 ଲକ୍ଷ ଟଙ୍କା ତୁରନ୍ତ ସହୟାତ ପ୍ରଦାନ କରାଯିବ । ଏତଦବ୍ୟତିତ ପ୍ରତି ଲଜକୁ ବର୍ଗଫୁଟ ପିଛା 25 ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହୟାତ 18 ମାସ ପର୍ଯ୍ୟନ୍ତ ଦିଆଯିବ ।

ପୁନର୍ବାସ ସହୟତାରେ ଲଜମାଲିକମାନେ ବିଲ୍ଟ ଅପ ଏରିଆର ପ୍ରତି ବର୍ଗଫୁଟ ପାଇଁ 2000 ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା ବଡଦାଣ୍ଡର ଉଭୟ ପାର୍ଶ୍ବରେ 300 ମିଟର ମଧ୍ୟରେ ସେମାନେ ଚାହିଁଲେ 50X30, 50X40, 50X60 ବର୍ଗଫୁଟ ଯାଗା ଯୋଗାଇଦିଆଯିବ । ଏଥିରେ ଲଜ ନିର୍ମାଣ ପାଇଁ ବର୍ଗଫୁଟ ପିଛି 750 ଟଙ୍କା ଲେଖାଏଁ ଦିଆଯିବ ।

ଅସ୍ଥାୟୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକକାଳୀନ ସହାୟତା ବାବଦରେ 30 ହଜାର ଟଙ୍କା ଦିଆଯିବ ଏବଂ ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଯାଗା ଯୋଗାଇ ଦେବେ ।

ସେହିଭଳି ସୁରକ୍ଷିତ ଜୋନରେ ଥିବା ମଠ ପାଇଁ ଏକ ବିସ୍ତ୍ରୁତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ । ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ । ପ୍ରତ୍ୟେକ ମଠର ସ୍ବତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପାରିକ ବ୍ୟବସ୍ଥା ବଜାୟ ରଖାଯିବ ।

ଏହି ମଠଗୁଡିକରେ ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଯୋଗାଇଦିଆଯିବ । ଏହି ପ୍ୟାକେଜ ଜିଲ୍ଲାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ସମ୍ପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁମୋଦନ କ୍ରମେ ଏହି ପ୍ୟାକେଜରେ ଆବଶ୍ୟକସ୍ଥଳେ ପରିବର୍ତ୍ତନ କରିପାରିବେ । ବିଜ୍ଞପ୍ତି ପ୍ରକାଶ ପାଇବାର 30 ଦିନ ମଧ୍ୟରେ ଯେଉଁମାନେ ସ୍ବେଚ୍ଛାକୃତ ଭାବେ ସୁରକ୍ଷା ଜୋନରେ ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ ସହିତ 10 ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ।

ସୁରକ୍ଷା ଓ ବିକାଶକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଓଡିଶା ହାଇକୋର୍ର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ କରିବା ପାଇଁ ମନ୍ଦିର ଚତୁପାର୍ଶ୍ବରେ 75 ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ ବା ନିରାପତ୍ତା ଅଂଚଳ ନିର୍ମାଣ କରିବା । ଏଥିପାଇଁ ଜୋନ ମଧ୍ୟରେ ଘର, ଦୋକାନ ଓ ମଠଗୁଡିକର ସ୍ଥାନନ୍ତରଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସରକାର ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ଜୋନର ସ୍ଥାନାନ୍ତରିତ ବାସଗୃହ, ଦୋକାନ, ଘର ଓ ଲଜ ମାଲିକମାନଙ୍କ ପାିଁ 2013ରେ ଘୋଷିତ ଥଇଥାନ ନୀତି ସହିତ ଅତିରିକ୍ତ ଭାବେ ସ୍ବତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷିତପୂଣ ଓ ସହାୟତା ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

eleven + seventeen =