ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଏସଆଇ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଓଡିଶା ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ୪୭୭ଟି ଏସଆଇ ପଦବୀ ପାଇଁ ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଏ ପର‌୍ୟ୍ୟନ୍ତ ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଥିବା ବେଳେ ୭୭୨ଜଣ ତାଙ୍କର ସମସ୍ତ ଡ଼କ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ଆବେଦନ ପକ୍ରିୟା ଜୁଲାଇ ୧୫ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟ ମଧ୍ୟ ଦିଆଯାଇ ସରିଛି ।

ତେବେ ଏସଆଇ ପଦବୀ ପାଇଁ ଆବେଦନର ଶେଷ ତାରିଖ ୧୫ ଜୁଲାଇ ୨୦୨୧ ରହିଛି । କିନ୍ନରମାନେ ମଧ୍ୟ ଏସଆଇ ପଦବୀ ପାଇଁ ଆବେଦନ କରିପାରିବେ । ଏସଆଇ ପଦବୀ ପାଇଁ ଅନଲାଇନରେ ପରୀକ୍ଷା ହେବ । ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ପରୀକ୍ଷା ହେବ ବୋଲି କୁହାଯାଇଛି । ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ ଏସଆଇ କାମ କରିବେ । ଏଥିପାଇଁ କେବଳ ଲିଖିତ ପରୀକ୍ଷା ହେବ, କୌଣସି ମୌଖିକ ପରୀକ୍ଷା ହେବନାହିଁ । ଏନେଇ ଏଡିଜେ ଆଇନ ଶୃଙ୍ଖଳା ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five − 3 =