ଭାଇବୋହୂ ମାରିଦେଲା ଦେଢ଼ଶୁରଙ୍କୁ

ଗଞ୍ଜାମ: ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦେଢ଼ଶୁରକୁ ମାରିଦେଲା ଭାଇବୋହୂ। ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗାଁରୁ। ମୃତକ ହେଲେ ସନ୍ତୋଷ ନାୟକ । ସନ୍ତୋଷଙ୍କ ଭାଇ ୫ ବର୍ଷ ହେବ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ଭାଇବୋହୂ ତାଙ୍କ ବାପଘରେ ରହୁଥିଲେ । ମାତ୍ର ଜମିବାଡ଼ି ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତକାଲି ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ମହିଳାଙ୍କ ବାପଘର ଲୋକେ ଆସି ସମେନ୍ତାଷଙ୍କୁ ବାଡ଼େଇଥିଲେ । ହାତକୋଡି ବେଣ୍ଟରେ ତାଙ୍କୁ ବାଡେଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + nine =