ବାଂଲାଦେଶୀ ଯୁବତୀ ଉଦ୍ଧାର

ଯାଜପୁର: ଓଡ଼ିଶାରେ ରହୁଥିବା ବାଂଲାଦେଶୀ ଯୁବତୀ ଉଦ୍ଧାର। ତାଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍। ସେ ତାଙ୍କର ପ୍ରେମିକ ସହ ଏଠାରେ ରହୁଥିଲେ। ମାତ୍ର କୌଣସି କଥାକୁ ନେଇ ପ୍ରେମିକ ସହ ପାଟିତୁଣ୍ଡ ହେବାରୁ ପୁଲିସକୁ ଫୋନ୍ କରିଥିଲେ ପ୍ରେମିକା ବାଂଲାଦେଶୀ ଯୁବତୀ। ଆଜି ତାଙ୍କୁ ପୁଲିସ ଜାରକା ଅଞ୍ଚଳରୁ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି ।

ଯୁବତୀଙ୍କ ଘର ବାଲାଂଦେଶରେ ବୋଲି ଜଣା ପଡିଛି । ତାଙ୍କ ମାମୁଁ ତାଙ୍କୁ ଆଣି କୋଲକାତାରେ ଅଜୟ ନାମକ ଜଣେ ବ୍ୟକ୍ତିକୁ ବିକ୍ରି କରି ଚାଲିଯାଇଥିଲେ । ତେବେ ସେଠାରେ ରହୁଥିବା ବେଳେ ଅଜୟଙ୍କ ପୁଅ ସୁରଜ ସହ ଯୁବତୀଙ୍କ ପ୍ରେମ ହୋଇଥିଲା । ସେମାନେ କୋଲକାତା ଛାଡ଼ି ବାଙ୍ଗାଲୋରରେ ଯାଇ ବର୍ଷେ ରହିଥିଲେ । ତେବେ ଏହାପରେ ଉଭୟ ଆସି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ରହିଥିଲେ । ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ଫୋନ କରିଥିଲେ ଯୁବତୀ । ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏବେ ଯୁବତୀଙ୍କୁ ସଖୀ ଗୃହରେ ରଖାଯାଇଛି । ସଠିକ ପ୍ରମାଣ ମିଳିଲେ ବାଂଲାଦେଶୀ ଆମ୍ୱାସି ସହିତ ଆଲୋଚନା କରାଯାଇ ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 + seven =