ଏଣିକି ସପ୍ତାହକୁ ୪ ଦିନ ସଟଡାଉନ, ୩ ଦିନ ଲକଡାଉନ

କରୋନା ସଙ୍କଟ ପାଇଁ ଏଣିକି ୪ ଦିନିଆ ସଟଡାଉନ ଲାଗୁ ହେବ । ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ କରାଯାଇଛି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାପାଳ ସଟଡାଉନ ନିର୍ଦ୍ଦେଶ ଦେଇଥିବାବେଳେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଲକଡାଉନ କଟକଣା ଯଥାପୂର୍ବ ରହିବ। ଗଜପତିରେ ଆସନ୍ତା ୩୦ରୁ ଏହି ସଟଡାଉନ ଲାଗୁ କରାଯିବ । ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ସଟଡାଉନ ରହିବ । ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟଡାଉନ ରହିବ । ଜିଲ୍ଲାର ୩ଟି ବ୍ଲକର୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ । ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ, ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ୪ ଦିନିଆ ସଟଡାଉନ ବଳବତ୍ତର ରହିବ ।

Share

Leave a Reply

Your email address will not be published. Required fields are marked *

3 + fifteen =