ଆସନ୍ତାକାଲି ଖୋଲିବ ସ୍କୁଲ

ଭୁବନେଶ୍ବର()   ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଖରା କମିଯିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଥମେ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲା । ତେବେ ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ ସରକାର । ତେବେ ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି । ଜୁନ୍ ୨୫ ପରିବର୍ତ୍ତେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

5 × 1 =